ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ଅନ୍ୟମାନଙ୍କୁ ମନେଇବାକୁ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରିବେ । କ୍ରୋଧ ପ୍ରକାଶ କରି କଡ଼ା କଥା କହିବା କାରଣରୁ କର୍ମକ୍ଷେତ୍ରରେ ତାହା ସମସ୍ୟା ସୃଷ୍ଟି କରିପାରେ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ।

ବୃଷ : କୌଣସି ବନ୍ଧୁଙ୍କ ଜରିଆରେ ସମସ୍ୟା ସମାଧାନ ସହ ଆଲୋଚନା ଫଳବତୀ ହୋଇପାରେ । ପରିବାର, ସଭାସମିତି ତଥା କର୍ମକ୍ଷେତ୍ରରେ ଆଜି କୌଣସି ଅସୁବିଧା ହେବନାହିଁ । ଶିଳ୍ପ, ବାଣିଜ୍ୟ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ ।

ମିଥୁନ : ଆଜି ଦୈହିକ ଅସୁସ୍ଥତା ସହ ମାନସିକ ସନ୍ତୁଳନ ମଧ୍ୟ ହରାଇପାରନ୍ତି । ଚୋରି, ଅନ୍ୟମନସ୍କତାରୁ ଦରକାରୀ କାଗଜପତ୍ର ହଜିଯାଇପାରେ । ପରିବାର ସକାଶେ ଯାହା ଆଶା କରୁଛନ୍ତି ବିଳମ୍ବରେ ହେଉଛି ତାହା ହିଁ ହେବ।

କର୍କଟ : ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି କିଛି ନା କିଛି ସମସ୍ୟାଜନିତ ତାହା ସହଜ ହେବନାହିଁ । କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ଓ ପ୍ରେମପ୍ରଣୟ ପାଇଁ ଦିନଟି ଭଲ ।

ସିଂହ : ବ୍ୟୟବହୁଳ ଜୀବନଯାତ୍ରା ସାଙ୍ଗକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ ଦୁଶ୍ଚିନ୍ତାର କାରଣ ହେବ । କାମ ଚାପରେ ଅବସର ସମୟର ଅଭାବ ସହ ଶାନ୍ତିରେ ଶୋଇ ପାରିବେ ନାହିଁ । ମନ ବୁଝିଲାଭଳି କଥା ଦୁଃସମୟକୁ ଲାଘବ କରିପାରେ ।

କନ୍ୟା : ଏକାଧିକ ଗ୍ରହଙ୍କ କୁପ୍ରଭାବରୁ ବିଭିନ୍ନ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି । ଆର୍ଥତ୍କ ଅନଟନ ହେତୁ ବିଳମ୍ବରେ କାମଗୁଡ଼ିକ ସମ୍ପନ୍ନ ହେବ । ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ ।

ତୁଳା : ଆଜିର ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଦୃଢ଼ ମନୋବଳ ହେତୁ କାମରେ ଅନ୍ତରାୟ ସୃଷ୍ଟି ହେବନାହିଁ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ ।

ବିଛା : ଆଜି ଆପଣଙ୍କ ସକାଶେ ସାମଗ୍ରିକ ସୁଖ, ସୁବିଧାକୁ ନେଇ କାର୍ଯ୍ୟକ୍ଷେତ୍ର ସନ୍ତୋଷଜନକ ରହିବ । ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବ । ଲେଖାପଢ଼ା ତଥା ପ୍ରକାଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ ।

ଧନୁ : କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗକରି କାମ କଲେ ସବୁ ପ୍ରକାରର ସାହାଯ୍ୟ ସୁବିଧା ଅବଶ୍ୟ ପାଇବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ ।

ମକର : ଆଜି କିଛି ନୂଆ କାମ ଆରମ୍ଭ କରିପାରନ୍ତି । ସ୍ଥଗିତ କାମ ତ୍ୱରାନ୍ବିତ କରାଇବା ସହ ପ୍ରତ୍ୟେକ ଦିଗରୁ ସାହାଯ୍ୟ ପାଇପାରିବେ । ଫେରିବା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ ।

କୁମ୍ଭ : ଆଜି ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ । ଭାବପ୍ରବଣ ବଶତଃ ବନ୍ଧୁଙ୍କ ସମ୍ମୁଖରେ ଭିନ୍ନ ପ୍ରକାରର କଥା କହି ଅପଦସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ ।

ମୀନ : ପ୍ରତିରୋଧ ଓ ପ୍ରତିବନ୍ଧକ ମଧ୍ୟରେ ସମସ୍ତ କାମ କରିବାକୁ ପଡ଼ିପାରେ । ପରିବାରର ଖର୍ଚ୍ଚ ବୃଦ୍ଧି କାରଣରୁ ଚିନ୍ତିତ ହେବେ । ସମ୍ପର୍କୀୟଙ୍କ ସହ ମିତ୍ରତା କଲେ କାମ ହାସଲ କରି ପାରିବେ ।

Leave a Reply

Your email address will not be published. Required fields are marked *