ଆଜିର ରାଶିଫଳ
ମେଷ : ଆର୍ଥିକ ଅବସ୍ଥା ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ, ରାଜନୀତି, ଯୋଗାଯୋଗ ଏବଂ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ସୁଫଳ ମିଳିବ ।
ବୃଷ : କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟିପାରେ । ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଘରେ ପିଲାଙ୍କ କଥା ନେଇ ଦୁଃଖ ପ୍ରକାଶ କରିବେ ।
ମିଥୁନ : କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ । ସାମାଜିକ ସ୍ତରରେ କାମ ହାସଲର ଦୂରଭିସନ୍ଧି ରଖି ମିତ୍ରମାନେ ପ୍ରଶଂସା ଗାଇପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିପାରେ ।
କର୍କଟ : ମନ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଆପଣଙ୍କ କାମରେ ସନ୍ତୁଷ୍ଟ ହୋଇ ବନ୍ଧୁମାନେ ଗୁଣଗାନ କରିବେ । ସାହିତ୍ୟ ଚର୍ଚ୍ଚା, ପ୍ରତିଦ୍ୱନ୍ଦ୍ୱିତା ଏବଂ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ।
ସିଂହ : ନିଜେ ଅସୁବିଧାରେ ରହିଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଉଦାର ମନୋଭାବରୁ ପ୍ରଶଂସିତ ହେବେ । ସତର୍କତାର ଅଭାବ ଏବଂ ସାମାନ୍ୟ ଭୁଲ୍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସାହିତ୍ୟ ଚର୍ଚ୍ଚା, ସଂଗଠନ, ମାଲିମକଦ୍ଦମା, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ ।
କନ୍ୟା : ଆଜି ଆପଣଙ୍କ ମୂଲ୍ୟବାନ ନିଷ୍ପତ୍ତି ପ୍ରତ୍ୟେକଙ୍କ ମନକୁ ପାଇବ । ସାମାଜିକ ସ୍ତରରେ ପରିସ୍ଥିତି ଗମ୍ଭୀର ରହିଥିବାରୁ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବନାହିଁ । ଆଜି ଘର କଥା ମନକୁ ବେଶି ଆନ୍ଦୋଳିତ କରିବା ହେତୁ ଭାବପ୍ରବଣତା ବୃଦ୍ଧିପାଇବ ।
ତୁଳା : ଦିନଟି ବହୁତ ଭଲରେ ଅତିବାହିତ ହେବାରୁ ମନ ଭଲ ରହିବ । ନିଜର ସମ୍ପର୍କୀୟମାନଙ୍କ ସମ୍ବନ୍ଧରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।
ବିଛା : ଅନାବଶ୍ୟକ କଥା ଓ ଅନାହୂତ ପ୍ରବେଶ ଆପଣଙ୍କ ପାଇଁ ଆଜି ମହଙ୍ଗା ପଡ଼ିପାରେ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ । ନିଜର କ୍ଷମାଗୁଣରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ ।
ଧନୁ : ଦେହ ଭଲ ଥିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଛୋଟ ଛୋଟ କଥାକୁ ନେଇ ଭୁଲ୍ ବୁଝାମଣାରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ । ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ସମସ୍ୟା ସୃଷ୍ଟି କରିପାରେ । ବ୍ୟବହାରରେ କଠୋରତା କାରଣରୁ ସମାଲୋଚିତ ହୋଇପାରନ୍ତି ।
ମକର : ନିରଳସ କାମ ଓ ଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ।
କୁମ୍ଭ : ସମସ୍ୟା ଘେରରେ ରହିଥିଲେ ସୁଦ୍ଧା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ଘରୋଇ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ ।
ମୀନ : ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ବନ୍ଧୁବର୍ଗଙ୍କ ଆହ୍ବାନକ୍ରମେ କୌଣସି ପାର୍ଟିରେ ଯୋଗ ଦେଇପାରନ୍ତି । ନିର୍ମାଣ, ବାଣିଜ୍ୟ, ଶିଳ୍ପ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିବେ ।

