ରାଶିଫଳ

ଅକ୍ଟୋବର ୦୭ ତାରିଖ, ଶନିବାର : ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଦିନଟି ଆମୋଦ ପ୍ରମୋଦରେ କଟିବ। ବାହ୍ୟ ସ୍ଥାନରୁ ମାନ ସମ୍ମାନ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ଆର୍ଥିକ ସମସ୍ୟା ଦେଖା ଦେବ। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ।

ବୃଷ – ମନ ବ୍ୟକୁଳ ହେବ। ଚିନ୍ତାରେ ପଡ଼ିପାରନ୍ତି। ରାଜନୀତିରେ ଉନ୍ନତି ଯୋଗ ରହିଛି। ଯାନର ଆନନ୍ଦ ବୃଦ୍ଧି ପାଇପାରେ। ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି। କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି।

ମିଥୁନ- ପରିଶ୍ରମ ଅଧିକ ରହିବ। ଅପରାହ୍ନ ପରେ ଉତ୍ତମ ଯୋଗ ରହିଛି। କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ଶନିବାର ଦିନ ରୋଜଗାର ଉତ୍ତମ ହେବ। ବ୍ୟବସାୟ ଭଲ ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। କର୍ତ୍ତବ୍ୟ ପରାୟଣ ହେବେ।

କର୍କଟ – ସୁଖହାନି ହେବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ କଳହ ଯୋଗ। ଅଙ୍ଗରେ ଆଘାତ ଲାଗି ପାରେ। କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିପାରନ୍ତି।

ସିଂହ – ମନ ପ୍ରଫୁଲ୍ଲ ରହିବ। କିଛି ନୂତନ କାର୍ଯ୍ୟ ବା ବସ୍ତୁ ପାଇ ଅଧିକ ଉତ୍ସାହିତ ହେବେ। ଉଚ୍ଚ ସମ୍ମାନ ପ୍ରାପ୍ତି ହେବେ। ନୂତନ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ।

କନ୍ୟା – ମନ ବ୍ୟକୁଳ ରହିବ। ଆର୍ଥିକ ସମସ୍ୟା କିଛିକୁ ନେଇ ଅସନ୍ତୋଷ ପ୍ରକାଶ କରିପାରନ୍ତି। ବ୍ୟବସାୟରେ ଏତେ ଲାଭର ଯୋଗ ନାହିଁ। ପରିବାରରେ ସମସ୍ୟା ଦେଖା ଦେଇପାରେ । ଆତ୍ମବିଶ୍ୱାସ କାଏମ ରଖନ୍ତୁ। ପରିଶ୍ରମ ଅଧିକ ହେବ।

ତୁଳା – ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଭ୍ରମଣର ଯୋଗ ରହିବ। ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ।

ବିଛା – ଅଷ୍ଟମ ଚନ୍ଦ୍ର ରହିଥିବାରୁ ଗୃହରେ ଅଧିକ କାର୍ଯ୍ୟ ଭାର ରହିବ। ଦେହ କଷ୍ଟ ହେବ ଯାହା ଦ୍ଵାରା ଆପଣ ଚିନ୍ତିତ ହୋଇ ରହିବେ। ଅଯଥା ଅର୍ଥ ବ୍ୟୟ ହେବ। ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

ଧନୁ – ଧନ ପ୍ରାପ୍ତିର ଯୋଗ ରହିଛି। କିଛି ନୂତନ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବହୁତ୍ ଉତ୍ତମ ରହିବ। ସର୍ବକାର୍ଯ୍ୟ ସଫଳତା ପୂର୍ବକ ସମପାପ୍ତ ହେବ। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ।

ମକର – ଭ୍ରମଣର ଯୋଗ ରହିଛି। ଦୂର ସ୍ଥାନ କୁ ଯାତ୍ରା କରିପାରନ୍ତି। ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହା ବି କର୍ମ ଆଜି କରିଛନ୍ତି ତାର ଫଳ ଆଜି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ।

କୁମ୍ଭ – ଶାରୀରିକ କଷ୍ଟ ଅନୁଭବ କରିବେ। ମନ ଅଶାନ୍ତ ରହିବ। କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନ ସାଥୀଙ୍କ ସମର୍ଥନ ପାଇବ। ଖର୍ଚ୍ଚ ବୃଦ୍ଧି ପାଇବ।

ମୀନ – ସେବା ପୂଜାରେ ମନୋନିବେଶ କରିବେ। ମନରେ ବିଷ ସୃଷ୍ଟି ହୋଇ ପାରେ। ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଭ୍ରମଣ ଯୋଗ ରହିଛି।

Leave a Reply

Your email address will not be published. Required fields are marked *