କ୍ରୀଡା

ପୁରୁଷ ହକିରେ ଭାରତକୁ ସ୍ବର୍ଣ୍ଣ ପଦକ

Spread the love

ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତକୁ ସ୍ବର୍ଣ୍ଣ ପଦକ। 5-1 ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି ଭାରତ। ଭାରତୀୟ ଦଳରେ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ଗୋଟିଏ ଓ ବର୍ତ୍ତମାନର ଅଧିନାୟକ ହରମନପ୍ରୀତ ସିଂହ ୨ଟି ଓ ଅଭିଷେକ ଗୋଟିଏ ଗୋଲ ସ୍କୋର କରିଛନ୍ତି। ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଛି। ୨୦୧୮ରେ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା। ଶେଷ ଥର ପାଇଁ ୨୦୧୪ ମସିହାରେ ସ୍ବର୍ଣ୍ଣ ପଦକ ଜିତିଥିଲା ଟିମ୍ ଇଣ୍ଡିଆ । ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚାମ୍ପିଅନ ହୋଇଥିଲା। ତେବେ ଏହି ପଦକକୁ ମିଶାଇ ପୁରୁଷ ହକି ଦଳ ଏସୀୟ କ୍ରୀଡ଼ାରେ ମୋଟ ୧୬ଟି ମେଡାଲ ଜିତିଛି। ତେବେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତୀୟ ପୁରୁଷ ହକି ଟିମ ୨୦୨୪ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ଚଳିତ ଏସିଆନ ଗେମ୍ସରେ ଭାରତୀୟ ଟିମ ଗ୍ରୁପ ପର୍ଯ୍ୟାୟରେ ୪ଟି ଯାକ ମ୍ୟାଚ୍‌ ଜିତି ଥିଲା। ସେହିପରି ସେମିରେ ଦଳ ଦକ୍ଷିଣ କୋରିଆକୁ ୫-୩ରେ ହରାଇଥିଲା। ସେମି ଫାଇନାଲରେ ମଧ୍ୟ ଅମିତ ରୋହିଦାସ ଗୋଲ ସ୍କୋର କରିଥିଲେ।

Leave a Reply

Your email address will not be published. Required fields are marked *