୬ ଟିକିଆ ହାତୀପଲର ଉତ୍ପାତରେ ନଷ୍ଟ ହେଲା ବ୍ୟାପକ ଧାନଫସଲ
ଢେଙ୍କାନାଳ କାମାକ୍ଷାନଗରରେ ମାତିଛନ୍ତି ହାତୀପଲ । ସହରରେ ନିକଟରେ ଉତ୍ପାତ ମଚାଇଛନ୍ତି ୬ ଟିକିଆ ହାତୀପଲ। ବ୍ୟାପକ ଧାନଫସଲ ନଷ୍ଟ କରିବାସହ ରାତିସାରା ଅନ୍ଧାରରେ ସହରବାସୀ ହାତୀ ଘଉଡ଼ାଇବାକୁ ନାକେଦମ ବନବିଭାଗ । ବର୍ତ୍ତମାନ ହାତୀପଲ ପଶ୍ଚିମାଞ୍ଚଳ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଥିବାବେଳେ କଡାନଜର ରଖିଛି ବନବିଭାଗ । ସେପଟେ ହାତୀପଲଙ୍କୁ ଲୋକେ ଭୟଭୀୟ ହୋଇପଡିଛନ୍ତି । ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ବର୍ତ୍ତମାନ ହାତୀପଲ ପଶ୍ଚିମାଞ୍ଚଳ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଥିବାବେଳେ କଡାନଜର ରଖିଛି ବନବିଭାଗ । ହାତୀପଲରେ ଦୁଇଟି ଛୁଆହାତୀ ଥିବା ଦେଖିବାକୁ ମିଳିଛି । ଗତକାଲି ହାତୀପଲ ସହରନିକଟସ୍ଥ ଆଳତୁମା ଗ୍ରାମ ରାମିଆଳ ନଦୀ କୁଳେ ଦିନ ତମାମ ଥିବାବେଳେ ରାତୀହେବାମାତ୍ରେ ସେମାନେ ଉତ୍ପାତ ମଚେଇଥିଲେ। ଭୟ ଓ ଆତଙ୍କିତ ଅବସ୍ତାରେ ଅଞ୍ଚଳବାସି।

