ରାଶିଫଳ

ଅକ୍ଟୋବର ୦୮ ତାରିଖ, ରବିବାର : ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – ରବିବାର ଦିନରେ ଅର୍ଥ ସଞ୍ଚୟ କରିବେ । ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଭ୍ରମଣର ଯୋଗ ରହିଛି । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଦିନଟି ଭଲ ହେବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ବୃଷ – ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ର ରେ ସାମାନ୍ୟ ମତଭେଦ ସୃଷ୍ଟି ହେବ । ପରିବାର ସହ କିଛି ସ୍ମରଣୀୟ ସମୟ ଅତିବାହିତ କରିବେ। ବ୍ୟବସାୟ ଆଗକୁ ବଢିବ । ବନ୍ଧୁଙ୍କ ସହ ଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ – ଆସନ୍ତାକାଲି ଜମିବାଡ଼ି ସମ୍ବର୍ଦ୍ଧିତ କାର୍ଯ୍ୟ ହୋଇପାରେ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଜ କାର୍ଯ୍ୟ ନିଜେ କରନ୍ତୁ। ଯାନବାହାନରେ ସତର୍କତା ଅବଲମ୍ବନ କଲେ ଭଲ। ବିଦ୍ୟାର୍ଥୀ ମାନେ ଆଶାବାଦୀ ହେବେ ।

କର୍କଟ – ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।

ସିଂହ – ଆପଣ ଷୌଭାଗ୍ୟ ବାନ ହେବେ । ଆର୍ଥିକ ସଙ୍କଟ ଦୂର ହେବ । ଭ୍ରମଣ ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥା ରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେବ। ଚାକିରି ରେ ବଦଳି ଯୋଗ ମଧ୍ୟ ରହିଛି । ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ ।

କନ୍ୟା – ବ୍ୟବସାୟ ସମ୍ବର୍ଦ୍ଧିତ ଯାତ୍ରା କରି ପାରନ୍ତି । ଶାରୀରିକ ଓ ମାନସିକ ସ୍ଥିତି ଠିକ ରହିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ । ମାଲିମୋକଦମାରେ ବିଜୟ ହାସଲ କରିବେ । ଉଧାର ଦିଅନ୍ତୁ ନାହିଁ। ଉତ୍ତମ ଆୟ ଯୋଗ ରହିଛି ।

ତୁଳା – ନିବେଶ ରୁ ଧନ ପ୍ରାପ୍ତି ହେବ । ସ୍ବାସ୍ଥ୍ୟାବସ୍ଥା ରେ ଅବନତି ଦେଖା ଦେଇ ପାରେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି ଚେଷ୍ଟିତ ହେବେ । ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । କର୍ମ କ୍ଷେତ୍ରରେ ଜଗି ରଖି କାର୍ଯ୍ୟ କରନ୍ତୁ ।

ବିଛା – ଧନ ପ୍ରାପ୍ତିରେ ଯଥେଷ୍ଟ ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥା ର ଯତ୍ନ ନିଅନ୍ତୁ। ଅଟକି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଉଚ୍ଚ ସ୍ଥାନ ରୁ ସମ୍ମାନ ପାଇବେ ।ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ସରକାରୀ ଯୋଜନାରୁ ଲାଭ ପାଇବେ ।

ଧନୁ – ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଅଫିସରେ ଦିନଟି ଭଲ ହେବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।ବାହାରେ ଖାଦ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ ।

ମକର – ନୂତନ ଚାକିରିର ଯୋଗ ରହିଛି । ଭ୍ରମଣ ରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ନୂତନ ଆଶା ଦେଖା ଦେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆତ୍ମ ସନ୍ତୋଷ ଲାଭ କରିବେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ – ଭ୍ରମଣ ଯାତ୍ରାରେ ଟଙ୍କା ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ବିତର୍କ ହୋଇପାରେ । ଅତିଥିମାନେ ଘରକୁ ଆସିବେ । ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ। ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବା ନାହିଁ।

ମୀନ – ଅର୍ଥ ଲାଭର ଯଥେଷ୍ଟ ସୂଚନା ରହିଛି । ଚାକିରିରେ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି । ପତିଙ୍କ ସମର୍ଥନ ଆପଣଙ୍କୁ ଶକ୍ତିଶାଳୀ କରିବ । ସ୍ୱାସ୍ଥ୍ୟ ଭଲ ରହିବ, ଯୋଗ ପ୍ରାଣାୟାମ କରନ୍ତୁ । କାହା ସହିତ ପରାମର୍ଶ ନକରି ବଡ଼ ନିଷ୍ପତ୍ତି ନିଅ ନାହିଁ ।

Leave a Reply

Your email address will not be published. Required fields are marked *