କ୍ରୀଡା

ସ୍ବର୍ଣ୍ଣ ଜିତିଲା ଭାରତୀୟ ଟମ୍, ଟସ ଜିକି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ

Spread the love

ଚୀନରେ ଚାଲିଥିବା ୧୯ତମ ଏସୀୟ କ୍ରୀଡାର ଆଜି ୧୪ତମ ଦିନ । କ୍ରିକେଟରେ ଆଜି ଫାଇନାଲ ମୁକାବିଲା । ସ୍ବର୍ଣ୍ଣ ପଦକ ପାଇଁ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା ଲଢେଇ । କିନ୍ତି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଟସ ଜିକି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ ।

ବର୍ଷା ହେବା ପୂର୍ବରୁ ଟିମ୍ ୧୮.୨ ଓଭରରେ ୫ ଓ୍ବିକେଟ୍ ହରାଇ ମାତ୍ର ୧୧୨ ସଂଗ୍ରହ କରିଥିଲା । ମାତ୍ର ବର୍ଷା ଯୋଗୁ ଖେଳ ଅମୀମାଂସିତ ରହିଛି । ଯାହାଫଳରେ ରନ୍ ରେଟ୍ ଅନୁଯାୟୀ, ଭାରତୀୟ ଟିମ୍‌କୁ ଗୋଲ୍ଡ ମେଡାଲ ମିଳିଛି । ଏହି ସ୍ବର୍ଣ୍ଣ ପଦକ ସହ ଭାରତର ପଦକ ସଂଖ୍ୟା ୧୦୪ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *