ରାଶିଫଳ

ଅଗଷ୍ଟ ୨୨ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ବନ୍ଧୁ ମିଳନର ଯୋଗ ରହିଛି । ଦିନଟି ଭଲ ଫଳ ଦେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । ଆୟର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

ବୃଷ – ବାକି ଥିବା କାର୍ଯ୍ୟ ଆଜି ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀ ମାନେ ଲାଭବାନ ହେବେ ।

ମିଥୁନ – ଅର୍ଥ ବିଷୟକ ଚିନ୍ତା ଲାଗି ରହିବ ।ଦିନଟି ରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ ।ନିଜ କାର୍ଯ୍ୟ କୁ ଠିକ୍ ସମୟରେ ପୂରଣ କରନ୍ତୁ ।ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ ।

କର୍କଟ – ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । କ୍ରୋଧ ବୃଦ୍ଧି ହେବ । ଅଯଥା କଳହ ରେ ସମୟ ନଷ୍ଟ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

ସିଂହ – ପରିଶ୍ରମ ସାମାନ୍ୟ ଅଧିକ ରହିବ। କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ହେବ। ଭ୍ରମଣର ଯୋଗ ରହିଛି। ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବ । ପାରିବାରିକ ବିବାଦ ସମାପ୍ତ ହେବ| ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍।

କନ୍ୟା – ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ। ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ। ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। ଆଶାବାଦୀ ହୋଇ ରହିବେ, ହେଲେ ମଧ୍ୟ କାର୍ଯ୍ୟ ସଫଳ ହୋଇ ନପାରେ ।

ତୁଳା – ତୁଳା ରାଶିକୁ ଆସନ୍ତାକାଲି ଶ୍ରୀ ଚନ୍ଦ୍ର । ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବୈବାହିକ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ ।

ବିଛା – ପଥ ରୋଧ ହୋଇ ପାରେ । କିଛି ବି ଦ୍ରବ୍ୟ ବ୍ୟୟ ହୋଇପାରେ । ମାନସିକ ଅଶାନ୍ତି ଦେଖାଦେଇ ପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଅମନଯୋଗୀ ହେବେ ।

ଧନୁ – ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇ ପାରେ । ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବ ମନ ପ୍ରଫୁଲ୍ଲ ରହିବ । ଆନନ୍ଦରେ ଦିନଟି କଟିବ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

ମକର – କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ପରିଶ୍ରମ ଅଧିକ ହେବ। ପରୋପକାର କରି ଖୁସି ଅନୁଭବ କରିବେ ।।

କୁମ୍ଭ – ସମ୍ମାନହାନୀ ଘଟିବ ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇ ପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ । ଦିନଟିରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ।

ମୀନ – ଧନ କ୍ଷୟ ହେବାର ସମ୍ଭାବନା ରହିଛି । ଶାରୀରିକ ସମସ୍ୟା ଦେଖା ଦେବ । ତଳି ପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ ।

Leave a Reply

Your email address will not be published. Required fields are marked *