ରାଶିଫଳ

ଦୈନିକ ରାଶିଫଳ

Spread the love

ମେଷ : ଆପଣଙ୍କ ରୋକ୍‌ଠୋକ୍‌ କଥା ଓ କାମର ଚାପକୁ ଅନ୍ୟମାନେ ନାପସନ୍ଦ କରିପାରନ୍ତି । ଏକାଧିକ କାମ ହାତକୁ ନେଲେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ ।

ବୃଷ : ଆଜି କୌଣସି କାମ ଶୃଙ୍ଖଳିତ ହେବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା, ଋଣ ପରିଶୋଧ ଏବଂ ପାରିବାରିକ କ୍ଷେତ୍ରରେ ମତପାର୍ଥକ୍ୟ କାରଣରୁ ଅଶାନ୍ତ ରହିପାରନ୍ତି । ବ୍ୟବସାୟିକ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ ।

ମିଥୁନ : ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ନିଜକୁ ସମ୍ଭାଳି ନେବେ । ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ । ରାଜନୀତି ତଥା ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ହାତରୁ ଖାଇ ପର ପାଇଁ ଖଟିବେ ।

କର୍କଟ : ଶାରୀରିକ ସୁସ୍ଥତା ଫେରି ଆସିବା ସାଙ୍ଗକୁ ସ୍ଥଗିତ କାମକୁ ଅଗ୍ରାଧିକାର ଦେଇ ସମ୍ପନ୍ନ କରିବେ । ଅଭାବ ନ ଥିଲେ ମଧ୍ୟ ଅପୂରଣୀୟ ଆଶା ମାନସିକ ଅସ୍ଥିରତାର କାରଣ ହେବ । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି ।

ସିଂହ : ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ କିନ୍ତୁ ମାନସିକ ସ୍ଥିତି ଭଲ ରହିନପାରେ । କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ ।

କନ୍ୟା : ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଇବେ । ଆଜି ଆପପ୍ରାପ୍ୟ ପାଇବାରେ ଅସୁବିଧା ହେବନାହିଁ । କିନ୍ତୁ କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।

ତୁଳା : ଆଜି ଆପଣ ଯାହା ଚିନ୍ତା ଓ ବିଚାର କାର୍ଯ୍ୟକାରୀ କରିବାକୁ ଚାହିଁବେ ସେପରି ହୋଇନପାରେ । ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଆପଣାଛାଏଁ ଆସିବାର ସୂଚନା ରହିଛି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ବିଛା : ଆଜି ଆପଣ ଯେକୌଣସି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିବେ ତାହା ପୂରଣ କରିପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ ଏବଂ ବାକିଥିବା ଟଙ୍କା ବନ୍ଧୁ ପାଖକୁ ଆସି ଦେଇପାରନ୍ତି । ବିବାଦୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।

ଧନୁ : ମନ ଚାହୁଁ ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କୌଣସି ମିଥ୍ୟାଳାପ କରିବାକୁ ବାଧ୍ୟ ହେବେ । ଅନ୍ୟମନସ୍କ କାରଣରୁ ଧନହାନିର ସୂଚନା ରହିଛି । କଳା, କ୍ରୀଡ଼ା, ସାହିତ୍ୟ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ମକର : ଆର୍ଥିକ ଅଭିବୃଦ୍ଧି, ପ୍ରଶଂସା ଓ ନୂତନ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ । କେତେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱରେ ପଡ଼ି କୌଣସି କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ ।

କୁମ୍ଭ : ଅସଜଡ଼ା ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ ଏବଂ ବନ୍ଧୁଙ୍କ ସାହାଯ୍ୟ ମଧ୍ୟ ପାଇବେ । ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ । ଆନୁଷ୍ଠାନିକ କିମ୍ବା ପ୍ରଶାସନିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

ମୀନ : ବାହାରକୁ ଯିବାର ଶେଷ ସମୟରେ ଆପଣଙ୍କ ପାଇଁ ନିଷ୍ପତ୍ତି ବଦଳିଯିବ । କର୍ମକ୍ଷେତ୍ରରେ ବିଭିନ୍ନ ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ । ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି ।

Leave a Reply

Your email address will not be published. Required fields are marked *