ଆଜିର ରାଶିଫଳ
ମେଷ : ଆପଣଙ୍କ ଭଲ ବ୍ୟବହାର ଦ୍ୱାରା ପାଖ ଲୋକ ଖୁସି ହେବେ । ଆଜି ଅଫିସ୍ରେ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ଆଜି କିଛି ଭଲ ଲୋକଙ୍କ ସହିତ ଆପଣଙ୍କ ଭେଟ ହେବ । ଉନ୍ନତିର କିଛି ନୂଆ ସାଧନ ମିଳିବ ।
ବୃଷ : ଆଜି ନିଜକୁ ବଳବାନ୍ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ ଲାଭ କରିପାରନ୍ତି । ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ପାରିବାରିକ ଜୀବନ ଭଲ ରହିବ ।
ମିଥୁନ : ବିରୋଧୀମାନେ ଆଜି ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ । କାହାକୁ ଧନ ଉଧାର ଦିଅନ୍ତୁ ନାହିଁ । ଅତିରିକ୍ତ ଆୟ ହେବ । ବନ୍ଧୁତ୍ୱ ମଜଭୁତ ହେବ ।
କର୍କଟ : ଆଜି ଆପଣଙ୍କ ଦିନ ଭଲରେ କଟିବ । ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯିବେ । ଜୀବନସାଥୀଙ୍କ ସହ କଥାବାର୍ତ୍ତାରେ ନରମ ରୁହନ୍ତି । ବ୍ୟବସାୟରେ ଆପଣଙ୍କୁ ହଠାତ୍ ଧନ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ସିଂହ : ଆଜି ଅଳ୍ପ ପରିଶ୍ରମରେ ବଡ ଫାଇଦା ପାଇବେ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ନୂଆ ଗାଡି କିଣିପାରନ୍ତି । ଘରର ଛୋଟ ଛୋଟ ଜିନିଷ ଧ୍ୟାନ ଦେବେ ।
କନ୍ୟା : ନୂଆ ବିଜନେସ୍ ଆରମ୍ଭ କରିବାକୁ ଭାବୁଥିଲେ, ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ଆଜି ଆପଣଙ୍କ ଦିନ ଆପଣଙ୍କ ପକ୍ଷରେ ରହିବ । ବିଦ୍ୟାର୍ଥୀ ଏବଂ ଲଭମେଟଙ୍କ ପାଇଁ ଦିନଟି ଭଲରେ କଟିବ ।
ତୁଳା : ଆଜି ଆପଣ ସାମାଜିକ କାର୍ଯ୍ୟରେ ଭାଗ ନେବେ । ଅଫିସରେ ବରିଷ୍ଠମାନେ ଆପଣଙ୍କ କାମରେ ଖୁସି ହୋଇ କୌଣସି ଉପହାର ଦେଇପାରନ୍ତି । ମା’ ବାପାଙ୍କ ସହଯୋଗ ମିଳିପାରେ ।
ବିଛା : କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ଏଥିପାଇଁ ଅନୁଭବୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।
ଧନୁ : ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ । ବରିଷ୍ଠ ଲୋକଙ୍କଠାରୁ କିଛି ଭଲ କଥା ଶିଖିବାକୁ ପାଇବେ । କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ମିଳିବା ଦ୍ୱାରା ଆପଣ ଖୁସି ହେବେ ।
ମକର : ଦିନଟି ଆପଣଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କୁ ଯୋଗ୍ୟତା ଅନୁସାରେ କାମ ମିଳିବ ।
କୁମ୍ଭ : ଆଜି ଭାଗ୍ୟ ଆପଣଙ୍କୁ ସାଥ୍ ଦେବ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଧନର କିଛି ଭାଗ ଆପଣ ଦାନ ପୁଣ୍ୟରେ ମଧ୍ୟ ବିନିଯୋଗ କରିବେ । ମନରେ ସକାରାତ୍ମକ ଚିନ୍ତାଧାରା ରହିବ ।
ମୀନ : ମନରେ ଆଶା ଓ ନିରାଶାର ଭାବ ରହିବ । ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଆପଣଙ୍କର ଭଲ ବ୍ୟବହାର ଯୋଗୁ ଆପଣଙ୍କ ମିତ୍ର ସଂଖ୍ୟା ବଢ଼ିବ ।
