ଓମଫେଡର ହେବ ନବୀକରଣ
ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରରେ ଓମଫେଡର ନୂଆ ପ୍ଲାଣ୍ଟ ଖୋଲିବ । ଏଥିପାଇଁ ଡିପିଆର୍ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ । ଏଥିପାଇଁ ପାଖାପାଖି ୨୯ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ । ପୋଟାଲ ମାଧ୍ୟମରେ ଫିଡ଼ବ୍ୟାକ ଗ୍ରହଣ କରିବ ଓମଫେଡ । ଆଗାମୀ ଦିନରେ ଆଇସକ୍ରିମ୍, ପାଣି, ଚକୋଲେଟ ଭଳି ଓମଫେଡର ନୂଆ ସାମଗ୍ରୀ ବଜାରକୁ ଆସିବ । ଅଧିକ ଚାହିଦା ଥିବା ସ୍ଥାନରେ ଓମଫେଡ ପାର୍ଲର ଖୋଲିବ ।
