ରାଜ୍ୟ

କାର୍ତ୍ତିକ ମାସରେ ପ୍ରତ୍ୟୁଷ ୪ଟାରୁ ଫିଟିବ ଶ୍ରୀମନ୍ଦିର

Spread the love

କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ପ୍ରତ୍ୟୁଷ ୪ଟାରୁ ଖୋଲିବ ଶ୍ରୀମନ୍ଦିର । ମହାପ୍ରଭୁଙ୍କ ମଙ୍ଗଳ  ଆଳତି, ମଇଲମ ପ୍ରଭୃତି ନୀତି ଯଥାରୀତି ସମ୍ପାଦନ ହେବ । ମହାପ୍ରଭୁଙ୍କୁ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟରେ ପହୁଡ଼  କରାଯିବ । ଏନେଇ ମଙ୍ଗଳବାର ବସିଥିବା ଛତିଶା ନିଯୋଗ  ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର  କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି ।ଆସନ୍ତା ୧୪ ତାରିଖଠାରୁ ଆସନ୍ତା ମାସ ୧୫  ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ(ବାଳଧୂପ) ନୀତି ମଧ୍ୟ ଯଥାରୀତି  ସମାପନ କରିବାକୁ ଏଠାରେ ଛତିଶା ନିଯୋଗ ସହ ଆଲୋଚନା  ଓ ସହମତି ହୋଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତୁତ  କରିଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ  କରିଛି । ମହାପ୍ରଭୁଙ୍କ ନୀତି ଯଥାରୀତି ସାରିବାକୁ ଛତିଶା  ନିଯୋଗର ପ୍ରତିନିଧିମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। କାର୍ତ୍ତିକରେ ରାଈଦାମୋଦର ବ୍ରତ କରିବାକୁ ଶ୍ରୀକ୍ଷେତ୍ରକୁ  ଆସୁଥିବା ସମସ୍ତ ହବିଷ୍ୟାଳିଙ୍କୁ ସ୍ୱତନ୍ତ୍ର ଲାଇନ୍‌ରେ ଠାକୁର  ଦର୍ଶନର ସୁଯୋଗ ମିଳିବ । ସେମାନଙ୍କୁ ଠେଲାପେଲାର  ସମ୍ମୁଖୀନ ହେବାକୁ ପଡ଼ିବନି ।ଏଥିନିମନ୍ତେ ପୁଲିସ ପ୍ରଶାସନ  ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଖରାବର୍ଷାରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ସହ ଭିଡ଼ ନିୟନ୍ତ୍ରଣ  ନିମନ୍ତେ ୩ ଦ୍ୱାରରେ ବ୍ୟାରିକେଡ୍‌ ଏବଂ ସେଡ୍‌ ଅଛି । କେବଳ ସିଂହଦ୍ୱାରରେ ସେଡ୍‌ କରିବା ବାକି ରହିଛି । ଏହା  ଖୁବ୍‌ଶୀଘ୍ର ସରିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ଭିନିତ୍‌ ଅଗ୍ରୱାଲ ।

Leave a Reply

Your email address will not be published. Required fields are marked *