ରାଜ୍ୟ

ଆଜିଠୁ କଟକ ସହରରେ ୱାନ୍‌ ୱେ ଟ୍ରାଫିକ୍‌ କଟକଣା

Spread the love

ମହାଷଷ୍ଠୀରୁ କଟକ ସହରରେ ୱାନ୍‌ ୱେ ଟ୍ରାଫିକ୍‌ କଟକଣା  ଲାଗୁ ହେବ । ଏହି କଟକଣା ଆସନ୍ତା ୧୩ ତାରିଖ ରବିବାର ଦଶହରା ଶେଷ ବା ମହାଦଶମୀ ପର୍ଯ୍ୟନ୍ତ ବଳବତ୍ତର  ରହିବ । ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୧ ଟା ଯାଏଁ ବା  ଭିଡ଼ କମିବା ପର୍ଯ୍ୟନ୍ତ କଟକଣା ଜାରି ରହିବ । ତେବେ ଏହି କଟକଣା ମାନି ଗାଡ଼ିମୋଟର ଚଳାଇବାକୁ ପୁଲିସ  କମିସନର ଏସ୍‌ ଦେବଦତ୍ତ ସିଂହ ନିର୍ଦ୍ଦେଶ ଦେବା ସହିତ  ସହଯୋଗ କରିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି ।

ଟ୍ରାଫିକ୍‌ ପୁଲିସର ସୂଚନା ଅନୁସାରେ, ହାୱଡା ମୋଟର ଛକରୁ କୌଣସି ଗାଡି ମଙ୍ଗଳାବାଗ  ଛକ ଏବଂ ମଙ୍ଗଳାବାଗ ଛକରୁ ବଣିଆ ସାହି କିମ୍ୱା  ଥୋରିଆସାହି ଆଡକୁ ଯିବନି । ଦୋଳମୁଣ୍ଡାଇ ଛକରୁ  ରାଣୀହାଟ ଆଡକୁ ଗାଡ଼ି ବନ୍ଦ ରହିବ । ଫ୍ରେଣ୍ଡସ କଲୋନୀ  ଦେଇ ଥୋରିଆ ସାହି ସ୍କୁଲ ପାଖରୁ ବଣିଆସାହି କିମ୍ୱା  ଭୂଦାନ କାର୍ଯ୍ୟାଳୟ ଆଡେ ଯାଇପାରିବ ନାହିଁ । ଗହ୍ମାଡିଆ  ଛକ, ଥୋରିଆ ସାହି ଓ ଫ୍ରେଣ୍ଡସ କଲୋନୀ ଛକରୁ  ବଜ୍ରବାଟୀ ଆଡକୁ ଗାଡ଼ି ବନ୍ଦ ରହିବ । ବଣିଆସାହି ଛକରୁ  ବଢେଇ ସାହି ଆଡକୁ ଯାଇପାରିବେ ନାହିଁ । ମୋଚିସାହି  ଛକରୁ ରାଣୀହାଟ ସ୍କୁଲ ଦେଇ ହିନ୍ଦ ସିନେମା ବା କ୍ଲକ୍‌  ଟାୱାର ଆଡକୁ ଯାଇ ପାରିବ ନାହିଁ । ମାଲଗୋଦାମ  ଫାଣ୍ଡି ଛକ ପାଖରୁ ଛତ୍ରବଜାର ଦେଇ ମହତାବ ରୋଡ୍‌  କିମ୍ୱା ପିଲିଗ୍ରୀମ ରୋଡରେ କଲେଜ ଛକ ଆଡ଼କୁ ବା  କେନାଲ କୂଳ ରାସ୍ତାରେ ରାଣୀହାଟ କ୍ଲକ୍‌ ଟାୱାର ଆଡ଼କୁ  ଗାଡ଼ି ଯିବନି ।

 

Leave a Reply

Your email address will not be published. Required fields are marked *