ଓଡିଶା ପୋଲିସର ସତର୍କତା, ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ…
ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ଲୋକଙ୍କୁ ସତର୍କ କରାଯାଇଛି। ତେବେ ପାର୍ସଲ ଆସିଥିବା ନାଁରେ ଠକେଇ କରୁଥିବା ସାଇବର ଠକଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ସତର୍କ କରାଯାଇଛି। କୌଣସି କୋରିୟର କମ୍ପାନୀ କଷ୍ଟମର କେୟାର ନାଁ କହି ପଇସା ମାଗିଲେ ଦିଅନ୍ତୁ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ଭୟଭୀତ ହୁଅନ୍ତୁ ନାହିଁ। ନିଜକୁ NCB, CBI, ପୋଲିସ କିମ୍ବା ED ଅଫିସର ବୋଲି ପରିଚୟ ଦେଇ ଫୋନ୍ କରିଥିବା ବ୍ୟକ୍ତିଙ୍କ ସଂପର୍କରେ ସତ୍ୟାସତ୍ୟ ଯାଞ୍ଚ କରନ୍ତୁ। କାରଣ ଆପଣଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ୍ କରିବା ସେମାନଙ୍କ ଉଦ୍ଦେଶ୍ୟ ଥାଏ। ଏଭଳି ଫୋନ୍ ଆସିଲେ ତୁରନ୍ତ ସାଇବର କ୍ରାଇମ୍ ଥାନାରେ ନଚେତ୍ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରନ୍ତୁ ବୋଲି ପୋଲିସ ପକ୍ଷରୁ ଟ୍ବିଟ୍ ରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଓଡିଶାରେ ସାଇବର ଠକ ଘଟଣା ବଢିଚାଲିଛି । ଯାହାକୁ ଚିନ୍ତାରେ ପଡିଛନ୍ତି ସାଧାରଣଲୋକେ । କେତେବେଳେ କଷ୍ଟମର କେୟାର କର୍ମଚାରୀ ତ ଆଉ କେତେ ବେଳେ ପୋଲିସ ଅଫିସର କହି ଲୋକଙ୍କୁ ଠକି ଚାଲିଛନ୍ତି । ଏପିରିକି କମ୍ ସୁଧରେ ଲୋନ୍ ଦେବା ଆଳରେ ଓଟିପି ନେଇ ଲୋକଙ୍କୁ ଠକୁଛନ୍ତି ସାଇବର ଲୁଟେରା । ଯାହାକୁ ନେଇ ଏବେ ଆକ୍ସନମୋଡ଼କୁ ଆସିଛି ଓଡିଶା ପୋଲିସ ।
