ରାଜ୍ୟ

ମେଡ଼ିସିନ ଗୋଦାମରେ ନିଆଁ ଲାଗିଲା କେମିତି?

Spread the love

ଭୁବନେଶ୍ବର ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଥିବା ମେଡ଼ିସିନ ଗୋଦାମରେ କେମିତି ଲାଗିଲା ନିଆଁ ? ନିଆଁ ଲାଗିଲା ନା ଲଗାଇଦେଲେ ? ଜଳି ପୋଡି ପାଉଁଶ ହୋଇଯାଇଛି ଔଷଧ ଗୋଦାମ। ଗତକାଲି ଛୁଟି ଦିନ ଥିଲା। ଗୋଦାମରେ ବି କେହି କର୍ମଚାରୀ ନଥିଲେ। ଏଭଳି ସ୍ଥିତିରେ କେମିତି ଲାଗିଲା ନିଆଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚର୍ଚ୍ଚ ହେଉଛି କୋଭିଡ୍ ଦୁର୍ନୀତି ଲୁଚାଇବାକୁ ନିଆଁର ସାହାରା ନେଇ ନାହାଁନ୍ତି ତ ଦୁର୍ନୀତିଗ୍ରସ୍ତ ଅଧିକାରୀ ? ଗତକାଲି ରାତି ପ୍ରାୟ ୧୧.୧୫ରେ ଭୟାବହ ଅଗ୍ନିକାଣ୍ଡରେ ଗୋଦାମ ଗୃହଟି ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଅଧଘଣ୍ଟାରେ ସବୁକିଛି ଜଳିପୋଡି ନଷ୍ଟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସମ୍ପୂର୍ଣ୍ଣ ଗୋଦାମଟି ଜଳିଯାଇଥିଲା । ପ୍ରାୟ ୫ଟି ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଦୀର୍ଘ ୫ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ମେଡ଼ିସିନ ଗୋଦାମରେ କୋଭିଡବେଳେ ଆସିଥିବା ମେଡିସିନ୍ ସାମଗ୍ରୀ ମହଜୁଦ ହୋଇ ରହିଥିଲା । ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଛି ।

Leave a Reply

Your email address will not be published. Required fields are marked *