ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରେଙ୍ଗାଲିରୁ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି। ପଥର ମାଡ଼ରେ ଟ୍ରେନ ଏସି କୋଚ ଝରକାର କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶନିବାର ସକାଳ ସମୟରେ ରେଙ୍ଗାଲିରୁ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ଟ୍ରେନର B-7 କୋଚର ସିଟ୍ ନମ୍ବର ୧୫ ପାଖ ଝରକାକୁ ପଥର ମାଡ଼ ହୋଇଛି । ପଥର ମାଡ଼ରେ ଟ୍ରେନ ଏସି କୋଚ ଝରକାର କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଭୋର ପ୍ରାୟ ୫ଟା ୪୫ ସମୟରେ ଯାତ୍ରୀମାନେ ଶୋଇଥିବା ବେଳେ ଶବ୍ଦ ଶୁଣି ଉଠି ପଡିଥିଲେ।ହଠାତ୍ ଏପରି ଶବ୍ଦ ଶୁଣି ଯାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ । ଏନେଇ କୋଚରେ ଥିବା ଯାତ୍ରୀ ମାନେ ତୁରନ୍ତ TTEଙ୍କୁ ଜଣାଇଥିଲେ । ଟ୍ରେନ ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫ ନିକଟରେ ଅଭିଯୋଗ କରାଯାଇଥିଲା। ତେବେ କିଏ ଓ କାହିଁକି ପଥର ମାଡ଼ କଲା ଅସ୍ପଷ୍ଟ ରହିଛି । ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପାଖ ଷ୍ଟେସନରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।

