ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସର କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ସରକାର
ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସ (ଓଏସଏସଏଫ) କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି…
ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସର କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ମାସିକ ଦରମାରେ ବୃଦ୍ଧି କରିଛନ୍ତି।
ରିପୋର୍ଟ ଅନୁଯାୟୀ, ସିପାହୀ (ଜିଡି)ଙ୍କ ମାସିକ ଦରମା ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଲାନ୍ସ ନାୟକ/ନାଇକ/ହାବିଲଦାର (ଜିଡି)ଙ୍କ ଦରମା ୩୨ ହଜାର ଟଙ୍କାରୁ ୫୦ ହଜାର ଟଙ୍କ ହୋଇଛି।
ସେହିପରି ଜୁନିଅର କମିସନଡ୍ ଅଫିସର (ଜିଡି)ଙ୍କ ଦରମା ୪୦ ହଜାର ଟଙ୍କାରୁ ୫୫ ହଜାର ଟଙ୍କା, ଜୁନିଅର କମିସନଡ୍ ଅଫିସର (ପ୍ରଶିକ୍ଷକ)ଙ୍କ ଦରମା ୪୦ ହଜାର ଟଙ୍କାରୁ ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

