ଜାତୀୟ

ଟ୍ରେନ ଭିତରେ ମିଳିବ ‌ଏଟିଏମ୍‌ ସୁବିଧା

Spread the love

ପଞ୍ଚବଟୀ ଏକ୍ସପ୍ରେସରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଟ୍ରେନ ଏଟିଏମ ସେବା । ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଯାଉଥିବା ଏହି ଟ୍ରେନରେ ଏସି ବଗିରେ ଲାଗିଛି ଏଟିଏମ । ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇଛି । ଟ୍ରେନରେ ଥିବା ସମସ୍ତ ୨୨ଟି ବଗିକୁ ସଂଯୋଗୀକରଣ କରାଯାଇଥିବାରୁ ସବୁ ଯାତ୍ରୀ ଏହି ସୁବିଧା ପାଇପାରିବେ । ରେଳୱେର ଭୁସାବଲ ଡିଭିଜନ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ମିଳିତ ଉଦ୍ୟମରେ ଏହି ଏଟିଏମ ସେବାର ଶୁଭାରମ୍ଭ କରାଯାଇଛି ।

ଏଣିକି ଟ୍ରେନ୍‌ରୁ ବାହାରିବ ଟଙ୍କା। ଟ୍ରେନ୍ ଯାତ୍ରା ବେଳେ ଆଉ ରହିବନି ନଗଦ ଟଙ୍କାର ଅସୁବିଧା। ଟ୍ରେନ୍‌ ଭିତରେ ମିଳିବ ଏଟିଏମ୍‌ ସୁବିଧା। ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଟଙ୍କା ଉଠାଇପାରିବେ। କାରଣ ଭାରତୀୟ ରେଲ ଏବେ ଟ୍ରେନ ଭିତରେ ଏଟିଏମ ବ୍ୟବସ୍ଥା କରିଛି। ମଙ୍ଗଳବାର ଦିନ ଏହାର ସଫଳ ପରୀକ୍ଷଣ ହୋଇଛି।

Leave a Reply

Your email address will not be published. Required fields are marked *