ମୁଖ୍ୟ ଖବର

ରାଜ୍ୟରେ ବଢିବ ଶୀତ

Spread the love

ନୂଆବର୍ଷରୁ ପାରଦ ଖସିବ ଏବଂ ପ୍ରବଳ ଶୀତ ଅନୁଭୁତ ହେବ।  ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ଥଣ୍ଡା ବଢିବ ଏବଂ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି , କନ୍ଧମାଳ, ସମ୍ବଲପୁର , ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର , ସୋନପୁର , ବୌଦ୍ଧ , ମୟୁରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *