ରେଳ ଧାରଣାରେ ମହିଳାଙ୍କ ଉପରେ ଅତିକ୍ରମ କଲା ଦ୍ରୁତଗାମୀ ଟ୍ରେନ୍
ରେଳ ଧାରଣାରେ ଶୋଇଥିବା ଜଣେ ମହିଳାଙ୍କ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହା ଦେଖି ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ରେଳ ଧାରଣାରେ ଏକ ଟ୍ରେନ୍ ଦ୍ରୁତ ଗତିରେ ଆସୁଛି । ସେହି ଧାରଣାରେ ଜଣେ ମହିଳା ଶୋଇପଡୁଛନ୍ତି। ଟ୍ରେନ୍ଟି ତାଙ୍କ ଉପରେ ଅତିକ୍ରମ କରି ଯାଉଛି । ନିକଟରେ ଥିବା ଲୋକେ ଚିତ୍କାର କରିବା ସହ ତାଙ୍କୁ ସେଭଳି ଶୋଇ ରହିବା ପାଇଁ କହୁଛନ୍ତି।ମହିଳା ଜଣକ ରେଳ ଧାରଣା ମଝିରେ ସେଭଳି ଶୋଇ ରହୁଛନ୍ତି। କିଛି ସମୟ ପରେ ମହିଳା ଜଣକ ଧାରଣାରୁ ସୁରକ୍ଷିତ ଭାବେ ଉଠୁଥିବା ଦେଖାଯାଉଛି। ଲୋକେ ଏହି ଘଟଣାକୁ କୌଣସି ଚମତ୍କାରରୁ କମ୍ ନୁହେଁ ବୋଲି କହିଛନ୍ତି।ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି ବୋଲି କୁହାଯାଉଛି ।

