ମୁଖ୍ୟ ଖବର

ଉତ୍ତରକାଶୀରେ ଦୁଇ-ଦୁଇ ଥର ଭୂକମ୍ପ

Spread the love

ଉତ୍ତରକାଶୀ ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ଦୁଇଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ତହସିଲରୁ କ୍ଷୟକ୍ଷତି ନେଇ ସୂଚନା ସଂଗ୍ରହ କରାଯାଉଛି। କୁହାଯାଉଛି ଯେ, ପ୍ରଥମେ ସକାଳ ପ୍ରାୟ ୭ଟା ୪୨ରେ ଭୂମିକମ୍ପ ହୋଇଥିଲା। ଭୂକମ୍ପ ଯୋଗୁଁଁ ବରୁଣାବତ ପର୍ବତର ଭୂସ୍ଖଳନ ଜୋନ୍‌ରୁ ପଥର ଖସିଥିବା ଜଣାପଡ଼ିଛି। ଏହାପରେ ସକାଳ ୮ଟା ୧୯ରେ ପୁନର୍ବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *