ଗଛ କାଟିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ
ଗଛ କାଟିବା ମଣିଷ ମାରିବାଠୁ ବି ଜଘନ୍ୟ । ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ କୌଣସି ପ୍ରକାର ଦୟା ଦେଖାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ ତାଜମହଲ ନିକଟରୁ କଟାଯାଇଥିବା ପ୍ରତି ଗଛ ବାବଦକୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଜଣେ ବ୍ୟକ୍ତିଙ୍କୁ ଆଦେଶ ଦେଇଛନ୍ତି ।ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଉଜ୍ଜାଲା ଭୂୟାଁଙ୍କ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ”ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଅନୁଷ୍ଠାନର ଅନୁମତି ବିନା କୌଣସି ବ୍ୟକ୍ତି ଗଛ କାଟି ପାରିବେ ନାହିଁ ।ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ କୌଣସି ପ୍ରକାର ଦୟା ଦେଖାଇବା ଉଚିତ୍ ନୁହେଁ ।

