ମୁଖ୍ୟ ଖବର

ନଭି ମୁମ୍ବାଇରେ ଡ଼ଃ ବିପିନ ବିହାରୀ ମିଶ୍ରଙ୍କୁ ରୋଟାରି ଭୋକେସନାଲ ଏକ୍ସେଲେନ୍ସ ଆୱାର୍ଡ ଦ୍ୱାରା ସମ୍ୱର୍ଦ୍ଧନା କରାଗଲା

Spread the love

ଆଜି ନଭି ମୁମ୍ବାଇର ସନରାଇଜ ରୋଟାରି କ୍ଲବ ତରଫରୁ ଡ଼ଃ ବିପିନ ବିହାରୀ ମିଶ୍ର, ସୁର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ “ରୋଟାରି ଭୋକେସନାଲ ଏକ୍ସେଲେନ୍ସ ଅୱାର୍ଡ” ପ୍ରଦାନ କରାଯାଇଛି। ଡିଷ୍ଟ୍ରିଟ ଗଭର୍ଣ୍ଣର ରୋଟାରିୟନ ଡ଼ଃ ନିଲେଶ ଜୟବନ୍ତ, ରୋଟାରି କ୍ଲବର ଜିଲ୍ଲା ଗଭର୍ଣ୍ଣର, ଅଧ୍ୟକ୍ଷ ରୋଟାରିୟନ ସଞ୍ଜୟ ପାଣିଗ୍ରାହୀ ଓ ୱୋକେସନାଲ ଡାଇରେକ୍ଟର ରୋଟାରିୟନ ମନୋଜ ନାୟକ ଡ଼ଃ ମିଶ୍ରଙ୍କୁ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଂଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ଅତିଥିମାନେ ଉପସ୍ଥିତ ଥିଲେ।

ଡ଼ଃ ମିଶ୍ରଙ୍କ ସମ୍ମାନ ସହିତ ସୁର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନର ସାମାଜିକ ଅବଦାନକୁ ଉଲ୍ଲେଖନୀୟ ଭାବେ ସ୍ୱୀକୃତି ମିଳିଛି। ସୁର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନର ଅଧୀନରେ ଚାଲିଥିବା “ସକ୍ଷମ ” କାର୍ଯ୍ୟକ୍ରମ ଦ୍ୱାରା ଶାରୀରିକ ଅସକ୍ଷମଙ୍କୁ ସକ୍ତିଶାଳୀ କରିବା,ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ଏବଂ କ୍ୟାନ୍ସର ରୋଗୀମାନଙ୍କ ପାଇଁ ଆଶ୍ରୟ ସୁବିଧା ପ୍ରଦାନ ଏହାର ମୁଖ୍ୟ ଲକ୍ଷ୍ୟ ଅଟେ।

ଏହି ଅବସରରେ ଡ଼ଃ ବିପିନ ବିହାରୀ ମିଶ୍ର କହିଛନ୍ତି, “ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ, ଏହା ସାମାଜିକ ଉନ୍ନତିରେ ସୁର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନର ଅବିରତ ପ୍ରୟାସକୁ ଅଧିକ ପ୍ରେରଣା ଦେବ। ଆମେ ଆଗାମୀ ଦିନରେ ଗରିବ, ଅସହାୟ ଓ ଅସୁସ୍ଥ ଲୋକମାନଙ୍କ ପାଇଁ ଆହୁରି ଅଧିକ କାର୍ଯ୍ୟକ୍ରମ ନେବାର ଉଦ୍ୟମ କରିବୁ।”

 

Leave a Reply

Your email address will not be published. Required fields are marked *