ମାଓବାଦୀଙ୍କ ସୁଡ଼ଙ୍ଗ ଉଦ୍ଧାର
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଅଂଚଳରେ ଗତ ଦୁଇଦିନ ତଳେ ହୋଇଥିବା ବଡ଼ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବହୁ ମାତ୍ରାରେ ମାଓ ବିସ୍ଫୋରକ, ବନ୍ଧୁକ ଓ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଥିଲା।ଯବାନ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବଡ଼ ସୁଡ଼ଙ୍ଗକୁ ଠାବ କରିଥିଲେ। ସୁଡ଼ଙ୍ଗ ଭିତରେ ସର୍ଚ୍ଚ କରୁଥିବା ବେଳେ ଯବାନଙ୍କୁ ବୋମା ଟିଆରି କରୁଥିବା ସାମଗ୍ରୀ ମିଳିଥିଲା। ବିପୁଳ ପରିମାଣର ବିଦ୍ୟୁତ ତାର ମିଳିଥିଲା।ଏଥିସହ ବନ୍ଧୁକ ତିଆରି କରିବା ମେସିନ ଓ ଅନ୍ୟ ବିସ୍ଫୋରକ ମିଳିଥିଲା। ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା।ଅପରେସନ୍ ଚାଲିଥିବାରୁ ମୃତ ମାଓବାଦୀଙ୍କ ସଂଖ୍ୟା ବଢ଼ିବା ନେଇ ପୁଲିସ୍ ସୂଚନା ଦେଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଓ ସିଆର୍ପିଏଫ୍ ଆଇଜି ଅପରେସନ୍ର ନେତୃତ୍ବ ନେଉଛନ୍ତି।

