ହୃଦଘାତରେ ଚାଲିଗଲା କନେଷ୍ଟବଳ ଙ୍କ ଜୀବନ
କନେଷ୍ଟବଳ ଦିଲୀପ ମିଶ୍ର ବିନିକାରେ ଅନୁଷ୍ଠିତ ପାପକ୍ଷୟ ମହୋତ୍ସବରେ ଡ୍ୟୁଟି କରିବାକୁ ସୋନପୁରରୁ ଆସିଥିଲେ। ଗତକାଲି ବି ସେ ଡ୍ୟୁଟିକୁ ଯାଇଥିଲେ। ରାତିରେ ସେ ଥାନା ପରିସରରେ ଥିବା ବ୍ୟାରେକରେ ଶୋଇଥିଲେ। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଣେ ଖବର ପାଇ କନେଷ୍ଟବଳ ଦିଲୀପ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ର ଓ ଦୁଇ ପୁଅଝିଅ ବିନିକା ଥାନାରେ ପହଞ୍ଚିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

