ରାଜ୍ୟ ସରକାରଙ୍କ ବଡ଼ ଲକ୍ଷ୍ୟ ,୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ହେବେ ଲକ୍ଷପତି
ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ ଅଭିଭାଷଣରେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ୨ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ ।ସେହିପରି ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ସ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି କି, ରାଜ୍ୟ ସରକାର ୨୦୨୭ ସୁଦ୍ଧା ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଯୋଜନା କରିଛନ୍ତି । ଏନେଇ ଜାତୀୟ ଗ୍ରାମୀଣ ଜୀବୀକା ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି ।

