ରାଜ୍ୟ

ଖୋଲିବ ହୀରାକୁଦ୍ ଗେଟ୍, ଡାକବାଜିରେ ଆରମ୍ଭ ହେଲା ପ୍ରଚାର

Spread the love

ଉପମୁଣ୍ଡରେ ବଢୁଛି ଜଳସ୍ତର । ଫଳରେ ହୀରକୁାଦ ଜଳଭଣ୍ଡାରରେ ଲଗାତର ଭାବେ ବଢିଚାଲିଛି ଜଳସ୍ତର । ଫଳରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ ତାରିଖରେ ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲିବ । ବାମ ପାର୍ଶ୍ୱର ୭ ନମ୍ବର ଗେଟ୍‌ଟି ପ୍ରଥମେ ଖୋଲାଯିବ । ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଫଳରେ ମହାନଦୀ ଓ ଶାଖାଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି । ତଳମୁଣ୍ଡର ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଇନ୍‌ଫ୍ଲୋ ଦେଖି ସମୁଦାୟ କେତୋଟି ଗେଟ୍ ଖୋଲାଯିବ ସେ ନେଇ ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୨୩ ତାରିଖ୍ ହୀରାକୁଦ୍ ଗେଟ୍ ଖୋଲିବା ନେଇ ଆରମ୍ଭ ହେଲା ପ୍ରଚାର । ବୁର୍ଲାସ୍ଥିତ ମୁଖ୍ୟ ଅଫିସରୁ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ପ୍ରଚାର ଗାଡି ବାହାରିଛି । ନିୟମ ମୁତାବକ ଗେଟ୍ ଖୋଲିବା ପୂର୍ବରୁ ଏକ ଗାଡିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଏ । ତେବେ ସେହିକ୍ରମରେ ଆଜି ତଳିଆ ଅଂଚଳକୁ ସତର୍କ ସୂଚନା ଜାରି କରିବା ପାଇଁ ଏହି ଡାକବାଜି ଯନ୍ତ୍ର ବାହାରିଛି । ଗେଟ୍ ଖୋଲିବା ସମୟରେ ନଦୀମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *