ରାଜ୍ୟ

ଥମୁନି ବାଲି ମାଫିଆଙ୍କ ଦାଦାଗିରି

Spread the love

ଗତକାଲି ରାତିରେ ବାଲି ମାଫିଆମାନେ ବଜରପୁର ବାଲି ଘାଟରୁ ଚୋରା ବାଲି ଚାଲାଣ କରୁଥିଲେ ।  ଚୋରା ଚାଲାଣ କରୁଥିବା ଦ୍ରୁତଗତିରେ ଟ୍ରାକ୍ଟର ଗୁଡିକ ଗାଁ ଭିତରେ ଯାଉଥିଲା ।  ଗାଁର ଯୁବକ ମାନସ କୁମାର ସାହୁ ଟ୍ରାକ୍ଟର ଅଟକାଇ ଦ୍ରୁତଗତିରେ ଚଳାଇବା ପାଇଁ ମନା କରିଥିଲେ ।  ଏହାକୁ ନେଇ ତାତିଥିଲେ ବାଲି ମାଫିଆ ।  ୪ ରୁ ୫ ମାଫିଆ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇ ଥିଲେ ।  ଫଳରେ ମାନସଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା ।  ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ତାଙ୍କୁ ଗୁରୁତର ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ତେବେ ସ୍ବାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।  ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି ।

Leave a Reply

Your email address will not be published. Required fields are marked *