ରାଜ୍ୟ

ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା

Spread the love

ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା । କଇଁଛ ସୁରକ୍ଷା ପାଇଁ ସରକାର ୭ ମାସର କଟକଣା ଲଗାଇଛନ୍ତି ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି । ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସାତ ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ମାଛ ଧରା ବ୍ୟାନ କରାଯାଇଛି । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଛି।ସମୁଦ୍ର ଉପକୂଳ ଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି । ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଏହି ସମୟରେ ଅଣ୍ଡା ଦାନ ପାଇଁ ଉପକୂଳ ଆଡକୁ ଆସିଥାନ୍ତି । ସେମାନଙ୍କ ସୁରକ୍ଷା ସହିତ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *