ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
ବିଜାପୁର ଜିଲ୍ଲାର କୁଟରୁ ଥାନା ଅନ୍ତର୍ଗତ ଜାଗୁର ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ କରି ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ଏଥିରେ ଡିଆରଜି ବାହିନୀର ଦୁଇ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ରାମସୁ ମଜି ଓ ଗଜେନ୍ଦ୍ର ବୋଲି ଜଣାପଡିଛି। ଅପରେସନ ଥିବା ସାଥି ଯବାନମାନେ ତାଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ଏୟାରଲିପ୍ଟ କରାଯାଇ ରାୟପୁର ସ୍ଥାନାନ୍ତର କରାଯାଇଛି।

