ରାଶିଫଳ

ଆଜିର ଦିନଟି ଆପଣଙ୍କର କେମିତି କଟିବ ?

Spread the love

ମେଷ:
ଅଶ୍ୱନୀ- ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ଦ୍ୱିଜା- ସମ୍ପର୍କୀୟଙ୍କ ଅନୁକମ୍ପା ଲାଭକରି କାର‌୍ୟ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ପ୍ରତି ସ୍ନେହ ପ୍ରଦର୍ଶନକରି ପ୍ରଶଂସିତ ହେବେ ।
କୃତିକା- ରାଜନୀତି, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଆରାଧନା କରନ୍ତୁ

ବୃଷ:
କୃତିକା- ପ୍ରେମ ସମ୍ପର୍କ ତୀବ୍ର ହୋଇପାରେ । ବହୁ ଦିନରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ
ରୋହିଣୀ- ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ । ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ସୁବିଧାରେ ପାଇଯିବେ ।
ମୃଗଶିରା- ଆଇନ, ଅଦାଲତ ସଫଳତା ଯୋଗୁ ମନ ଖୁସି ରହିବ । ଛାତ୍ର ଛାତ୍ରୀ ମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:
ମୃଗଶିରା- ଶିଳ୍ପ, ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅତୀତ କଥାକୁ ଚିନ୍ତାକରି ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତିି ସେମିତି କିଛି ହେବନି
ଆଦ୍ରା- ରପ୍ତାନି କାରବାର ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ପୁନର୍ବସୁ- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

କର୍କଟ:
ପୁନର୍ବସୁ- ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତି ସମସ୍ୟା ବଢ଼ାଇ ଦେଇପାରନ୍ତି
ପୁଷ୍ୟା- ସଭାସମିତିରେ ଅପ୍ରିୟ ସତ କହି ସମାଲୋଚିତ ହୋଇପାରନ୍ତି । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ
ଅଶ୍ଳେଷା- ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, କ୍ଷେତ୍ରରୁ ଶୁଭଫଳ ପାଇବେ । ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ:
ମଘା- ଆପଣ କାନ୍ଧରେ ଆଘାତ ପାଇ ପାରନ୍ତି । ସ୍ୱଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି ।
ପୂ- ଫାଲ୍‌ଗୁନୀ- ଆନୁଷ୍ଠାନିକ କ୍ଷେତ୍ର, ସଭାସମିତିରେ ସମ୍ମାନିତ ହେବେ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ
ଉ- ଫାଲ୍‌ଗୁନୀ- ପରିବାରର ସମ୍ପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ

କନ୍ୟା:
ଉ- ଫାଲ୍‌ଗୁନୀ- ଟନସିଲର ବୃଦ୍ଧି ଇତ୍ୟାଦି ସମସ୍ୟା ମଧ୍ୟ ହୋଇପାରେ । ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ ।
ହସ୍ତା- ପାରିବାରିକ ଜୀବନରେ ସୁଖ ରହିବ ଏବଂ କିଛି ଶୁଭ କାର‌୍ୟ୍ୟ ସମାପ୍ତ ହେବ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କ ଅର୍ଥର ଆବଶ୍ୟକତା ପଡ଼ିପାରେ
ଚିତ୍ରା- ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା:
ଚିତ୍ରା- ପାରିବାରିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ସ୍ଥଗିତ କାମ ଯଥା ସମୟରେ ହୋଇଯିବ
ସ୍ୱାତୀ- ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ସାମ୍ବାଦିକତା ଓ ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ । ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଉଚିତ୍ ।
ବିଶାଖା- ବିବାହିତ ଜୀବନରେ କୌଣସି ପ୍ରକାରର ସମସ୍ୟା ହେବାର ସମ୍ଭାବନା କମ୍ ରହିବ । ଗାଡ଼ି କିଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା:
ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଦେଖାଯିବ । ବିଦେଶରେ କାମ କରିପାରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ
ଅନୁରାଧା- କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାଂସ୍କୃତିକ କାର‌୍ୟ୍ୟକ୍ରମରୁ ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି ।
ଜ୍ୟୋଷ୍ଠା- ଯେକୌଣସି ଘରର ମରାମତି କିମ୍ବା ସାଜସଜ୍ଜା କାର‌୍ୟ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି । ଉଚ୍ଚଶିକ୍ଷା କରିବାକୁ ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପାଇପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ:
ମୂଳା- ଯେକୌଣସି ପେଟ ସମସ୍ୟା ଅନୁଭବ କରିପାରନ୍ତି । କାର‌୍ୟ୍ୟ କ୍ଷେତ୍ରରେ ଆପଣଙ୍କର କାର‌୍ୟ୍ୟ ଉପରେ ଆଧାର କରି ଏକ ଭଲ ପଦୋନ୍ନତି ପାଇଁ ପାରନ୍ତି
ପୂ, ଷାଢା- କ୍ରୀଡ଼ାକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମ ବଢ଼ିବ ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ ।
ଉ, ଷାଢା- ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି । ଏକ ନୂତନ ଘର କିମ୍ବା ଜମି ପ୍ଲଟ୍ କ୍ରୟ କରିପାରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ

ମକର:
ଉ, ଷାଢା- ମୂତ୍ରାଶୟ ସଂକ୍ରମଣ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ବ୍ୟବସାୟରେ ସଫଳତା ହାସଲ କରିପାରିବେ ଏବଂ ଏକ ଦୃଢ଼ ବୃତ୍ତି ଗଢ଼ି ପାରିବେ
ଶ୍ରବଣା- ବ୍ୟକ୍ତିଗତ ଆର୍ଥିକ ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ
ଧନିଷ୍ଠା- ସରକାରୀ କ୍ଷେତ୍ରରୁ ଉପକୃତ ହୋଇପାରିବେ । ଶୃଜନା ଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ । ଓକିଲଙ୍କ ପାଇଁ ଦିନଟି ଭଲ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ:
ଧନିଷ୍ଠା- ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ
ଶତଭିଷା- ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । କର୍ମକ୍ଷେତ୍ରରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ
ପୂ, ଭାଦ୍ରପଦ- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ:
ପୂ, ଭାଦ୍ରପଦ- ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ଉ, ଭାଦ୍ରପଦ- ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ରାଜନିତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ ।
ରେବତୀ- ମାଲିମକନ୍ଦମାରେ ଜୟଲାଭ କରିବାର ଆଶା ରହିଛି । ଧାତୁ ଅଳଙ୍କାର କ୍ରୟ କରି ସାମାନ୍ୟ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଲାଲ୍ ପିମ୍ପୁଡିକୁ ଡାଲିଚୁରା ଖାଇବାକୁ ଦିଅନ୍ତୁ

Leave a Reply

Your email address will not be published. Required fields are marked *