ସ୍ୱାସ୍ଥ୍ୟ

ହାଭାର୍ଡ ଗବେଷକଙ୍କ ଦାବି –ଖୋଜି କାଢିଛନ୍ତି ‘ବାର୍ଦ୍ଧକ୍ୟକୁ ଯୌବନରେ ରୂପାନ୍ତରଣ’ର କକ୍‌ଟେଲ୍

Spread the love

ବାର୍ଦ୍ଧକ୍ୟ ଏକ ଏପରି ଅବସ୍ଥା କେହି ବି ସେ ଅବସ୍ଥାକୁ ଯିବାକୁ ଚାହାନ୍ତିନି। ଏଥି ପାଇଁ ଲୋକଙ୍କ ଆଗ୍ରହକୁ ଦେଖି ଚୁଟି ରଙ୍ଗ କରିବାଠାରୁ ଆରମ୍ଭ କରି ଅକ୍ସିଜେନ ଥେରାପି ଲୋକେ କରାଉଛନ୍ତି। ଲୋକଙ୍କ ଏହି ଆଗ୍ରହକୁ ଧ୍ୟାନରେ ରଖି ହାଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଔଷଧର କକଟେଲ(ମିଶ୍ରଣ) ଆବିଷ୍କାର କରିଛନ୍ତି। ଯାହାକୁ ଏକ ବଟିକା କରାଯାଇ ପାରିବ। ଏହି ବଟିକା ବୟସକୁ ଓଲଟାଇ ଦେଇ ପାରିବ। ଏଜିଂ ନାମକ ଏକ ଜର୍ଣ୍ଣାଲରେ ଜୁଲାଇ ୧୨ ତାରିଖ ଦିନ ଏକ ଅଧ୍ୟୟନ ପ୍ରକାଶିତ ହୋଇଥିଲା। ଯାହା ଉପରେ ନ୍ୟୁୟର୍କ ପୋଷ୍ଚ ଫୋକସ କରିଛି। ରିପୋର୍ଟ ଅନୁସାରେ ଗବେଷକଙ୍କ ଟିମ୍‌ ଏହିପରି ୬ଟି ରସାୟନର ମିଶ୍ରଣ ସନ୍ଧାନ କରିଛନ୍ତି। ଏହାର ଅର୍ଥ ରସାୟନିକ ରିପ୍ରୋଗ୍ରାମିଂ ଜରିଆରେ କୋଶିକାତ୍ମକ ବାର୍ଦ୍ଧକ୍ୟକୁ ରିଭର୍ସ କରିବା ସମ୍ପର୍କରେ ଅଧ୍ୟୟନ କରାଯାଇଛି। ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ୬ ରସାୟନର ମିଶ୍ରଣ ମଣିଷ ଓ ମୂଷାଙ୍କ ତ୍ୱଚାର କୋଶିକାର ବୟସ ବୃଦ୍ଧିକୁ ଅନେକ ବର୍ଷ ପଛକୁ ନେଇଯାଇ ପାରୁଛି। ହାଭାର୍ଡ ଗବେଷକ ଡେଭିଡ ସିଙ୍କ୍ଲେୟର ଟ୍ୱିଟର ଥ୍ରେଡରେ ମଧ୍ୟ ଏହା ଉପରେ ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହା ପୂର୍ବରୁ ଆମେ ଦେଖିସାରିଛେ ଯେ କିପରି ଜିନ୍ ଥେରାପି ବ୍ୟବହାର କରି ବୟସକୁ ଓଲଟା ଯାଇ ପାରୁଥିଲା। ଯେଉଁଥିରେ ଏମ୍ବ୍ରିୟୋନିକ ଜିନ୍‌ (ଭୃଣର ଜିନ୍) କାମ କରିବାରେ ଲାଗିଥାଏ। ଏବେ ଆମେ ଏହା ଦେଖିବାକୁ ପାଇଛୁ ଏହା ରସାୟନିକ କକଟେଲ ଦ୍ୱାରା ମଧ୍ୟ ସମ୍ଭବ। ଯାହା ସମଗ୍ର ଶରୀରକୁ ଯୌବନରେ ଭରି ଦେବାକୁ ସକ୍ଷମ। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ଏହି ପ୍ରକ୍ରିୟା ମହଙ୍ଗା ନୁହେଁ। ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ରସାୟନିକ ମିଶ୍ରଣରେ ୫ରୁ ୭ ଏଜେଣ୍ଟ ଥାନ୍ତି। ଯାହା ଶରୀର ଓ ମାନସିକ ବିକାରର ଉପଚାର ଲାଗି ଜଣାଯାଆନ୍ତି। ସିଙ୍କ୍ଲେୟର କହିଛନ୍ତି ଯେ ହାଭାର୍ଡ ମେଡିକାଲ ସ୍କୁଲରେ ସେ ଓ ତାଙ୍କ ଟିମ୍‌ ୩ ବର୍ଷରୁ ଅଧିକ ସମୟ ଲାଗି ଏପରି ମଲିକୁଲ ଖୋଜିବାର କାମ କରିଛନ୍ତି ଯାହା କୋଶିକାତ୍ମକ ବାର୍ଦ୍ଧକ୍ୟକୁ ରିଭର୍ସ କରିଦେଇପାରିବ। ଏହା ଦ୍ୱାରା ମାନବ କୋଶିକା ପୁନର୍ଜିବୀତ ହୋଇପାରୁଛି। ସିଙ୍କ୍ଲେୟର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଅଧ୍ୟୟନର ଫଳାଫଳ ଏବେ ଆଶା ଜାଗ୍ରତ କରୁଛି।

Leave a Reply

Your email address will not be published. Required fields are marked *