କଟକ ବାଲିଯାତ୍ରାରେ ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ଟିମ୍
କଟକ ବାଲିଯାତ୍ରା ତଳ ପଡିଆରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରୁଛି ଟିମ୍ । ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି ।ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।
