ଆଜିଠୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଯୋଡି ହେବ ବୀମା
ଆଜିଠୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଯୋଡି ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ । ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରର ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ମୋଟର ଯାନ ଆଇନଧାରା ୧୪୬ ଅନୁଯାୟୀ, ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ ।

