ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪
ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ୍ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଯାଇଛି। ରିୟା ସିଙ୍ଘା ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ୍ ଜିତିଛନ୍ତି।ଏହି ପ୍ରତିଯୋଗିତାରେ ସେ ୫୧ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ପ୍ରତିଯୋଗିତାରେ ନିର୍ଦ୍ଦେଶକ ନିଖିଲ ଆନନ୍ଦ, ଉର୍ବଶୀ ରୌତେଲା, ଭିଏତନାମ ଷ୍ଟାର୍ ଗୁୟେନ୍ କୁଇନ୍, ଫ୍ୟାଶନ୍ ଫଟୋଗ୍ରାଫର ରିୟାନ୍ ଫର୍ଣ୍ଣାଣ୍ଡିସ୍ ଏବଂ ବ୍ୟବସାୟୀ ରାଜୀବ ଶ୍ରୀବାସ୍ତବ ବିଚାରପତି ଭାବେ ସାମିଲ ହୋଇଥିଲେ।
ଉର୍ବଶୀଙ୍କ ସମେତ ଅନ୍ୟ ବିଚାରପତିମାନେ ତାଙ୍କ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି ଆଉ ରିୟା ମଧ୍ୟ ବହୁତ ଖୁସି ଥିବା ଦେଖାଯାଇଛି।

