ଦେଶ ବିଦେଶ

୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ମୋଦି

Spread the love

ଗତକାଲି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ ।ଏହା ମୋଦିଙ୍କ ସପ୍ତମ ଫ୍ରାନ୍ସ ଗସ୍ତ । ରାତିରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗଦେଇଥିଲେ । ଫ୍ରାନ୍ସର ପ୍ରିସଦ୍ଧ ଏଲିସି ପ୍ୟାଲେସରେ ଡିନର କାର୍ଯ୍ୟକ୍ରମ ହୋଇଥିଲା ।  ଆଜି ଏଆଇ ଆକ୍ସନ ସମିଟ-୨୦୨୫ରେ ରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ମିଶି ମୋଦି ସହ ଅଧ୍ୟକ୍ଷତା କରିବେ । ମାକ୍ରନଙ୍କ ସହ ଦ୍ବିପାକ୍ଷିକ ବୈଠକରେ ବି ଯୋଗଦେବେ ।  ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଚୀନର ଉପପ୍ରଧାନମନ୍ତ୍ରୀ ବି ଯୋଗଦେବେ ।

Leave a Reply

Your email address will not be published. Required fields are marked *