ରାଜ୍ୟ

ରାସନ୍ କାର୍ଡ ଇ-କେୱାଇସି ଅପଡେଟ ପାଇଁ ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ

Spread the love

ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ପାଇଁ ଆବେଦନର ଶେଷ ତାରିଖ । ଏହାପରେ ଆଉ ସମୟ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର |ଆଉ ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ରାସନ କାର୍ଡ ଦିଆଯିବ ।  ଯେଉଁ ସରକାରୀ ଅଫିସରମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରିଦିଅନ୍ତୁ । ସରେଣ୍ଡର ପିରିୟଡ ଶେଷ ହୋଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନ ଥିବେ। ତେବେ ସେମାନଙ୍କ ବିରୋଧରେ ସରକାର ନିଶ୍ଚିତ ଭାବେ ଆକ୍ସନ ନେବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *