ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା
ହଠାତ୍ ପାଗରେ ପରିବର୍ତ୍ତନ । ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା । କଟକ ସହରରେ ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ବର୍ଷା ।ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ ସକାଳୁ ସକାଳୁ ବର୍ଷା ଲାଗିରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
