ଭୁବନେଶ୍ୱର ୧ ନମ୍ବର ହାଟ ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁ ଲାଗିଥିଲା। ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।ଖବର ପାଇ ୧୦ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି ।
