ଦୁଇ ପକ୍ଷ ମଧ୍ୟରେ ୪୦ବର୍ଷ ଧରି ଚାଲିଥିବା ଜମି ବିବାଦକୁ ନେଇ ଗଡ଼ିଲା ମୁଣ୍ଡ
ଗୌରବାଦଶାହପୁର ପୁଲିସ ଷ୍ଟେସନ ଅଧୀନରେ ଥିବା କବିରୁଦ୍ଦିନ ଗ୍ରାମରେ ଦୁଇ ପରିବାର ମଧ୍ୟରେ ୪୦ ବର୍ଷ ଧରି ଜମି ବିବାଦ ଲାଗି ରହିଥିଲା । ବୁଧବାର ଦିନ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇ ହିଂସାତ୍ମକ ରୂପ ନେଇଥିଲା। ରମଜିତ ଯାଦବଙ୍କ ପୁଅ ଅନୁରାଗଙ୍କୁ କିଛି ଲୋକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ରଖିଥିବା ବେଳେ ଏଥିରେ ସେ ଅନୁରାଗଙ୍କ ମୁଣ୍ଡ କାଟିଥିଲେ। ଏହି ଘଟଣା ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏବେ ଫେରାର ଅଛି। ପୁଲିସ କହିଛି ଯେ, ଅଭିଯୁକ୍ତକୁ ଏବେ ଖୋଜିବା ପାଇଁ ଉଦ୍ୟମ ଚାଲିଛି।
