ଦେଶ ବିଦେଶ

ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ

Spread the love

ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ।

ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆରବିଆଇ। ସୂଚନା ଦେଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରେପୋ ରେଟ୍‌ ଅପରିବର୍ତ୍ତିତ ଯୋଗୁଁ EMIରେ ପରିବର୍ତ୍ତନ ହେବନି। ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ମାସ ଆରମ୍ଭରେ ସରକାର ମୁଦ୍ରା ନୀତି କମିଟି (ଏମପିସି)-ଭାରତର ରିଜର୍ଭ ବ୍ୟାଙ୍କର ରେଟ୍ ସେଟିଂ କମିଟି ପୁର୍ନଗଠନ କରିଥିଲେ। ଏଥର କମିଟି ତିନିଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କ ସହ ଏହି ବୈଠକ କରିଛନ୍ତି।

 

Leave a Reply

Your email address will not be published. Required fields are marked *