ରାଜ୍ୟ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପିକନିକ ବସ୍

Spread the love

ଡଲ୍‌ଫିନ୍‌ ବସ୍‌ ଏକାଧିକ ଯାତ୍ରୀଙ୍କୁ ନେଇ ପିକ୍‌ନିକ୍‌ ଯାଇଥିଲେ । ସେଠାରୁ ଫେରିବା ପରେ ସମସ୍ତ ଛାଡି ବସ୍‌ଟି ପାରାଦୀପ ଫେରୁଥିଲା । ପରେ ପାରାଦୀପରୁ କଟକ ଯାତ୍ରୀଙ୍କୁ ନେଇ ଯାଇଥାନ୍ତି । ହେଲେ କୁହୁଡ଼ି ହୋଇଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇଥିଲା । ତେବେ ସକାଳ ସମୟ ହୋଇଥିବାରୁ କାହାର କୌଣସି ବଡ଼ଧରଣ କ୍ଷତି ହୋଇନାହିଁ । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ରାସ୍ତାକଡ଼କୁ ଖସିଥିବା ବସ୍‌କୁ ଟାଣି ଉପରକୁ ଆଣିଛନ୍ତି ।ପିକନିକ ସାରି ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *