ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ
ଗଜାନନଙ୍କ ପାଇଁ ଶିକ୍ଷାଦାନ ବନ୍ଦ କଲେ କଲେଜ କର୍ତୃପକ୍ଷ । ଗତ ଦୁଇ ଦିନ ଧରି ଲାଗି ରହିଛି ଏଭଳି ସମସ୍ୟା । ଏପରିକି ଶିକ୍ଷାଦାନ ବନ୍ଦ ସାଙ୍ଗକୁ ପ୍ରାକ୍ଟିକାଲ ପରୀକ୍ଷାରେ ଲାଗିଛି ତାଲା । ହାତୀ ଭୟରେ ଏବେ ଭୟଭୀତ ପୁରା କ୍ୟାମ୍ପସ । ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଏବଂ ଅଧ୍ୟାପିକା ସମସ୍ତେ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି କଲେଜ କ୍ୟାମ୍ପସରେ । ସେପଟେ ଦୁଇ ଦିନ ଧରି ଚନ୍ଦକାରୁ ଆସିଥିବା ହାତୀଟି ନିଜ ବାସସ୍ଥାନକୁ ନ ଫେରି କଲେଜ କ୍ୟାମ୍ପସ ମଧ୍ୟରେ ରହିଥିବା ଜଙ୍ଗଲ ମଧ୍ୟରେ ରହିଛି ।ଏବେ ଯୁକ୍ତ ଦୁଇ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ କ୍ଲାସକୁ ବନ୍ଦ କରିଦିଆ ଯାଇଥିବାବେଳେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ନିରାଶ ଦେଖା ଦେଇଛି । ଯେଉଁମାନେ ଛାତ୍ରଛାତ୍ରୀମାନେ କଲେଜ ଯାଇଛନ୍ତି ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ବୋଲି କହିଛନ୍ତି କଲେଜର ଛାତ୍ରଛାତ୍ରୀ ଏବଂ କଲେଜର ଅଧ୍ୟକ୍ଷ ।

