ରାଜ୍ୟ

ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ଦୋକାନ

Spread the love

ଭୟଙ୍କର ବିସ୍ଫୋରଣ। ଏକ ଥରକେ ଫାଟିଲା ୫ ଗ୍ୟାସ ସିଲିଣ୍ଡର। ହୁତୁହୁତୁ ହୋଇ ଜଳିଗଲା ଦୋକାନ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ବଡ଼ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।ଚାନ୍ଦିପୁର ବଳରାମଡି ନାଉପାଳଗଡି ନିକଟରେ ଥିବା ହଠାତ୍ ୩ରୁ ଅଧିକ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା। ଫଳରେ ଦୋକାନଟି ହୁତୁହୁତୁ ହୋଇ ଜଳି ଉଠିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବଡ଼ ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ। ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ତାର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *