ରାଶିଫଳ

ରାଶିଫଳ..

Spread the love

ମେଷ-ଅଶ୍ୱନୀ- କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା  କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବଦ୍ୱିଜା- ଅତୀତ ଘଟଣା ସକାଶେ ଆଶଙ୍କା କରି ମନ ଅସ୍ଥିର ରହିବ। ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।କୃତିକା- ପୂରୁଣା ଜମିବାଡି କୁ ନେଇ କଳହ ଦେଖାଦେଇପାରେ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ। ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି

ପ୍ରତିକାର- ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ବୃଷ-କୃତିକା- ଘରେ ଛୋଟିଆ ସମାରୋହର ଅୟୋଜନ କରିପାରନ୍ତି । ପୂର୍ବର ପାରିବାରିକ ମତଭେଦ ଦୂର ହେବ । ବିଦ୍ୟୁତ୍ ବ୍ୟବସାୟୀଙ୍କ ଆମଦାନିରେ ବୃଦ୍ଧି ହେବ ।ରୋହିଣୀ- ପ୍ରଶାସନିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ । ପ୍ରିୟ ବ୍ୟକ୍ତିଙ୍କ ସହଯୋଗରୁ ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି । ଅଫିସିଆଲି କାମ ହାସଲ କରିବା ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ। ମୃଗଶିରା-ଯାନବାହାନ କିଣିବାର ଅବସର ମିଳିବ । ଧର୍ମ କାର୍ଯ୍ୟରେ ଆସ୍ଥା ବଢିବ । ଅଟକି ରହିଥିବା କାମକୁ ପୂରା ଦମ୍ ରେ କରିବା ପାଇଁ ନିଷ୍ପତି ନେଇପାରନ୍ତି । 

ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ-ମୃଗଶିରା-   ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା , ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇପାରିବେ । ଆଦ୍ରା- ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଆନୁଷ୍ଠାନିକ କାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ । ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ ।ପୁନର୍ବସୁ- ବିଳାସ ବ୍ୟସନ କିମ୍ବା ସଭାସମିତିରେ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି , ବାସ୍ତବରେ ସେପରି କିଛି ହେବନି ।

ପ୍ରତିକାର- ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

କର୍କଟ-ପୁନର୍ବସୁ- ଦେହରେ ଆଘାତ ଲାଗିପାରେ । ପରିବାର ବର୍ଗଙ୍କ ସହ ବାହରକୁ ବୁଲିବା ପାଇଁ ଯୋଜନା କରିବେ । ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିପାରେପୁଷ୍ୟା- ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଓ ରାଜନୈତିକ ବ୍ୟକ୍ତିଙ୍କ କ୍ରୋଧର ଶିକାର ହୋଇ ପାରନ୍ତି ।ଅଶ୍ଲେଷା- ଜମିଜମା, ମାଲିମକଦ୍ଦମା, ନିର୍ମାଣ ପ୍ରତିଷ୍ଠାର୍ଜନ କରିବେ। ବିବାଦୀୟ ଘଟଣାରେ ପରିସ୍ଥିତି ସେମିତି କିଛି ଜଟିଳ ହେବନି। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ

ପ୍ରତିକାର – ବରଗଛ ମୂଳେ ଦୀପଟିଏ ଜାଳନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ-ମଘା- ଶାରୀରିକ ଅସୁସ୍ଥତା କେତେକ କାମରେ ପ୍ରତିବନ୍ଧକର କାରଣ ହୋଇପାରେ। କର୍ମକ୍ଷେତ୍ରରେ ପରିସ୍ଥିତି ଜଟିଳ ହେବ ନାହିଁ । ପୂର୍ବଯୋଜନା ଅନୁସାରେ ପ୍ରିୟଜନ ମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛିପୂ-ଫାଲ୍ଗୁନୀ- ଧାର୍ମିକ କାର୍ଯ୍ୟରେ ମନ ଯୋଗ ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।  ଉ-ଫାଲ୍ଗୁନୀ- କଳା, ସାହିତ୍ୟ, କ୍ରୀଡା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଲାଗିରହିବ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । 

ପ୍ରତିକାର- ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧

କନ୍ୟା-ଉ,ଫଳଗୁନି- ପାରିବାରିକ କ୍ଷେତ୍ରକୁ କିଛି ମାତ୍ରାରେ ପ୍ରଭାବିତ କରିବେ। ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି। କାର‌୍ୟ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁହସ୍ତା- ବିଦ୍ୟାର୍ଥୀମାନେ ପରିକ୍ଷାରେ ସଫଳତା ପଇବେ । ମହିଳା ମାନେ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ବ୍ୟତିବ୍ୟସ୍ତ ଦେବେ । ବୈବାହିକ ଜୀବନ ସୁଖରେ କଟିବ ।ଚିତ୍ରା- ଶିଳ୍ପ, ବ୍ୟବସାୟ, ରାଜନୀତି, ସଭାସମିତି, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ । ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି।

ପ୍ରତିକାର –   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ତୁଳା-ଚିତ୍ରା- କାର‌୍ୟ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ପ୍ରେମି ଯୁଗଳ ଏକାଠି ସମୟ ବିତାଇବେ । ଆପଣ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ସ୍ୱାତୀ- ବ୍ୟବସାୟ ବାଣିଜ୍ୟରେ ଲାଭବାନ୍ ହେବାର ସୁଯୋଗ ମିଳିବ । କ୍ୟାରିୟର ପାଇଁ ଅଧିକ ଚିନ୍ତିତ ହେବେ ।   ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।                                    ବିଶାଖାରାଜନୀତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ।  ନୂତନ ଯାନ ବାହନ କିଣିବାର ସୁଯୋଗ ଲାଭ କରିବେ । ପୁରୁଣା ଜମି ପାଇଁ   ଦ୍ୱନ୍ଦ ଲାଗିପାରେ ।

ପ୍ରତିକାର- ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ବିଛା-ବିଶାଖା- ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଦାମ୍ପତ୍ୟ ଜୀବନରେ ତାଳମେଳ ବଢିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ପାରିବାରିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ ।ଅନୁରାଧା-ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ । ବିଶେଷ ବନ୍ଧୁର ସ୍ୱାଗତ ସତ୍କାରରେ ବ୍ୟସ୍ତ ରହିବେ । ଦିନଟି ମହତ୍ୱପୂର୍ଣ୍ଣ କାମ ସାରିବାରେ ବିତିବ । ଜ୍ୟେଷ୍ଠା- ଜମି କିଣିବା ଲାଗି ଭାବି ପାରନ୍ତି । ଆର୍ଥିକ ସ୍ଥିରେ ଉନ୍ନତି ହେବ । ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ । ଦେଇଥିବା ଟଙ୍କା ଫେରି ପାଇବେ ।

ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ-ମୂଳା- ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିପାରିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ମହିଳା ମାନେ ଅଶୁସ୍ଥତା ଅନୁଭବ କରିବେ ।ପୂ, ଷାଢା-   ରାଜନୀତିରେ ଉଚ୍ଚ ପ୍ରଦସ୍ଥ ବ୍ୟକ୍ତି  ମାନଙ୍କର ପ୍ରିୟର ପାତ୍ର ହୋଇପାରିବେ । ପରିବାର ପାଇଁ ଅଳଙ୍କାର, ଔଷଧ ପତ୍ର  ଦ୍ରବ୍ୟ କ୍ରୟ କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।ଉ, ଷାଢା- କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସତ୍ସଙ୍ଗ, ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ।  କୋର୍ଟ କଚେରି ମାମଲା କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଯାନ ,ବାହନ କ୍ରୟ କରିବାର ସୁଯୋଗ ସୁବିଧା ପାଇବେ । 

ପ୍ରତିକାର- ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ମକର-ଉ,ଷାଢା- ପରିବାରରେ ଲାଗିରହିଥିବା ଅଶାନ୍ତି ଦୂର ହେବ । ଅଫିସ୍ରେ ଅଧିକ ସମୟ କାମ କରି ଅସୁସ୍ଥାତା ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।ଶ୍ରବଣା- ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ଆଗାମୀ ସମୟ ପାଇଁ କାମରେ ଆସିବ। ପାରିବାରିକ, ବ୍ୟବସାୟିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।ଧନିଷ୍ଠା- ମନରେ ସର୍ବଦା ଭୟ ଓ ଅଶୁଭ ଆଶଙ୍କା ସୃଷ୍ଟି ହେବ । ନୂତନ ଗୃହ କାର‌୍ୟ୍ୟ କରିବାର ସୁଯୋଗ ପାଇବେ । ଗୁରୁଜନମାନେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ।

ପ୍ରତିକାର –  ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ-ଧନିଷ୍ଠା-  ମାନସିକ ଶାନ୍ତି ଦେଖାଦେବ ।  କର୍ମକ୍ଷେତ୍ରରେ ବହୁତ ଖଟଣୀ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।  ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ । ଶତଭିଷା-  ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିବ । ବିଦେଶରେ ପଢିବାକୁ ଚାହୁଁଥିବା ବିଦ୍ୟାର୍ଥୀ ମାନେ ପାଇଁ ଭଲ ସୁଯୋଗ  ପାଇବେ । ମହିଳା ମାନେ ସୁଖରେ ରହିବେ ପୂ, ଭାଦ୍ରପଦ- ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଜମି କ୍ରୟ କରି ଖୁସି ରହିବେ । କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । 

ପ୍ରତିକାର- ହନୁମାନ ଚାଳିଶା  ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

ମୀନ-ପୂ,ଭାଦ୍ରପଦ-ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ । ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା ନ କରି ସାବଧାନତା ଅବଲମ୍ବନ କରନ୍ତୁ ।ଉ,ଭାଦ୍ରପଦ- ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲରହିବ ନାହିଁ । ବିଦ୍ୟର୍ଥୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ ।ରେବତୀ- ମହିଳା ମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ବିରୋଧିମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟକରିବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । 

ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Leave a Reply

Your email address will not be published. Required fields are marked *