ରାଶିଫଳ

ସେପ୍ଟେମ୍ଵର ୧୧ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ଚତୁର୍ଥ ଚନ୍ଦ୍ର ଯୋଗ ରହିଥିବାରୁ ,ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ । ଦିନ ରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ ନାହିଁ । ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।

ବୃଷ – କାର୍ଯ୍ୟ କ୍ଷେତ୍ରରେ ଆସନ୍ତକାଲି ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟ ରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ – ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ ହେଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ। ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। ଆୟରେ ବୃଦ୍ଧି ହେବ ।

କର୍କଟ – ରାଶି ପାଇଁ ଆଜି ଶ୍ରୀ ଚନ୍ଦ୍ର । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ରହିଛି ।ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ।

ସିଂହ – ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ,ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ ।ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ ।

କନ୍ୟା – ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ, ଗୃହରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ ।ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରପ୍ତି ର ଯୋଗ ରହିଛି ।ଇଚ୍ଛା କରିଥିବା ବସ୍ତୁ କୁ ଆଜି ପ୍ରାପ୍ତ କରିବେ। ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ।

ତୁଳା – ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମାନରେ ଆତ୍ମ ସନ୍ତୋଷ ଲାଗି ରହିବ। ଆସନ୍ତାକାଲି ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ। ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା – ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ଭୋଗ ହେତୁ । ପରୋପକାର କରି ଖୁସି ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ସୋମବାର ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମୋକଦ୍ଦମାର ଅନ୍ତ ଘଟିବ । ବିଶ୍ରାମ କରିବାକୁ ସମୟ ମିଳିବ।

ଧନୁ – ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବାର ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ। ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।

ମକର – ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ । କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳ ରେ ସତର୍କତା ଅବଲମ୍ବନ କରଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ। ବ୍ୟବସାୟ ରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ ହେବ ।

କୁମ୍ଭ – ଷଷ୍ଠ ଚନ୍ଦ୍ର ହେଲେ ସବୁ ପ୍ରକାର ଶୁଭ ଦାୟକ ।ଏହାର ଅର୍ଥ ଆସନ୍ତାକାଲି କର୍ମ କ୍ଷେତ୍ରରେ କ୍ଷମତା ର ବିକାଶ ହେବ । ଧର୍ମ କର୍ମ ରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ ।ବ୍ୟବସାୟ ରେ ଲାଭ ଯୋଗ ରହିଛି ।

ମୀନ – ଅର୍ଥ ବିଷୟରେ ଚିନ୍ତା କରିବେ । ବନ୍ଧୁଙ୍କ ସହ କିଛି ଦିନ ବିଶେଷ ଆଲୋଚନାରେ ଦିନଟି କଟିବ। ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ । ବିଦ୍ୟାର୍ଥୀ ମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ ।

Leave a Reply

Your email address will not be published. Required fields are marked *