ରାଜ୍ୟ

ଲାୟନ୍ସ କ୍ଲବ ପକ୍ଷରୁ ଏମ୍ସ ହସ୍ପିଟାଲ ପରିସରରେ ଖାଦ୍ୟ ବିତରଣ

Spread the love

ଭୁବନେଶ୍ୱର : ଲାୟନ୍ସ କ୍ଲବ ଭୁବନେଶ୍ୱର ପକ୍ଷରୁ ଏମ୍ସ ହସ୍ପିଟାଲ ପରିସରରେ ଅସହାୟ ତଥା ଅସୁବିଧାରେ ଥିବା ଲୋକମାନଙ୍କୁ ଖାଦ୍ୟ ବିତରଣ କରାଯାଇଅଛି | ରବିବାର ସନ୍ଧ୍ୟାରେ ଏମ୍ସ ହସ୍ପିଟାଲ ବାହାରେ ଅପେକ୍ଷାରତ ପ୍ରାୟ ୩୫୦ରୁ ଉର୍ଦ୍ଧ ଆଟେଣ୍ଡାଣ୍ଟ ମାନଙ୍କୁ ଅନ୍ନ, ଡାଲମା, ଆଚାର ସହ ପାନୀୟ ଜଳ ବୋତଲ ପ୍ରଦାନ କରାଯାଇଥିଲା | ଲାଏନ୍ସ କ୍ଲବର ସଭାପତି ତପନ ହରିଚନ୍ଦନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଏନ୍ସ କ୍ଲବ ଭୁବନେଶ୍ୱରର ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥାଇ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

ଏହି ଅବସରରେ ଲାଏନ୍ସ କ୍ଲବର ସଭାପତି ତପନ ହରିଚନ୍ଦନ କହିଥିଲେ କି, ଦୂର ଦୁରାନ୍ତର ସ୍ଥାନରୁ ଏମ୍ସ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିବା ଲୋକମାନେ ରାତ୍ର ସମୟରେ ଖାଦ୍ୟପେୟ ଓ ରହଣି ଜନିତ ବହୁ ସମସ୍ୟା ଭୋଗ କରିଥାନ୍ତି | ସେସବୁକୁ ଆଖି ଆଗରେ ରଖି ଲାୟନ୍ସ କ୍ଲବ ଭୁବନେଶ୍ୱର ପକ୍ଷରୁ ‘ଆବଶ୍ୟକତା ପାଇଁ ଖାଦ୍ୟ କାର୍ଯ୍ୟକ୍ରମ’ ଆୟୋଜନ କରାଯାଇଥିଲା | ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି |

ଅନ୍ୟମାନଙ୍କ ମଧ୍ୟରେ ଲାଏନ୍ସ କ୍ଳବ ଭୁବନେଶ୍ୱରର ଉପସଭାପତି ଲାଏନ୍ସ ଡ଼ ବିପିନବିହାରୀ ମିଶ୍ର, ଲାଏନ୍ସ ରାମପ୍ରସାଦ ପାତ୍ର, ଲାଏନ୍ସ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *