ଦେଶ ବିଦେଶ

ମାରାତ୍ମକ ହେଉଛି ଦିଲ୍ଲୀ ପ୍ରଦୂଷଣ

Spread the love

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ‘ଅତି ଖରାପ’ ସ୍ତରରୁ ‘ସାଂଘାତିକ’ ଆଡ଼କୁ ଗତି କରୁଛି। ଶୀତ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ଅଧିକାଂଶ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଖରାପ ପବନ ଯୋଗୁଁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି।

ଦିଲ୍ଲୀ ବାୟୁ ମାନ ପରିଚାଳନା କମିସନ (ସିଏକ୍ୟୁଏମ) ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆର୍‌ଏପି)ର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଲାଗୁ କରିଛନ୍ତି। ଆଜି ସକାଳ ୮ଟାରୁ ଜିଆରଏପି-୨ କାର୍ଯ୍ୟକାରୀ ହୋଇଛି ଏବଂ ଏହା ଅଧୀନରେ ପ୍ରଦୂଷଣକୁ ଯେଭଳି ରୋକାଯାଇ ପାରିବ ସେଭଳି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜରୁରୀ ଆବଶ୍ୟକ ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ଲୋକମାନେ ଘରୋଇ ଗାଡ଼ି ବ୍ୟବହାର ନ କରି ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *