ଦେଶ ବିଦେଶ

ବେଙ୍ଗାଲୁରୁରେ ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା

Spread the love

ବେଙ୍ଗାଲୁରୁରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଖରାପ ପାଗ ଓ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବେଙ୍ଗାଲୁରୁର ପୂର୍ବ ଭାଗରେ ଥିବା ହୋରମାଭୁ ଅଞ୍ଚଳରେ ଏକ ବିଶାଳ କୋଠା ସକାଳେ ଭୁଶୁଡ଼ି ପଡ଼ିଥିବା ବେଳେ ସନ୍ଧ୍ୟା ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

କୋଠା ଭୁଶୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗରୁ ଦୁଇଟି ଉଦ୍ଧାରକାରୀ ବାହିନୀ ନିୟୋଜିତ କରାଯାଇଛି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏଜେନ୍ସିର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଉକ୍ତ ସ୍ଥାନରେ ଟାଇଲ କାମ ପାଇଁ ଚୁକ୍ତି କରିଥିବା ଅହମ୍ମଦଙ୍କ କହିବାନୁସାରେ, ବିଲ୍ଡିଂରେ ଟାଇଲ କର୍ମଚାରୀ, କଂକ୍ରିଟ କର୍ମଚାରୀ ଏବଂ ପାଣିପାଇପ୍‌ କାମ କରୁଥିବା କର୍ମଚାରୀଙ୍କ ସମେତ ୨୦ ଜଣ ଶ୍ରମିକ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବେସମେଣ୍ଟ ଦୁର୍ବଳ ଥିଲା, ଯାହା ଭୁଶୁଡ଼ିବାର କାରଣ ହୋଇ ଥାଇପାରେ।

Leave a Reply

Your email address will not be published. Required fields are marked *