ଦେଶ ବିଦେଶ

ଥମୁନି ଲସ୍ଏଞ୍ଜେଲସ୍ ନିଆଁ, ପ୍ରଳୟଙ୍କରୀ ସ୍ଥିତି

Spread the love

ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ନିଆଁ ଏପରି ବଢ଼ିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ରେ ପରିଣତ ହୋଇଛି । ଏବଂ ଏହା ଏବେ ଆହୁରି ବ୍ୟାପିବାକୁ ଯାଉଛି ଯାହା ଚିନ୍ତାର ବିଷୟ  । ୧୩ ଜଣ ନିଖୋଜ ହେବା ପରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି  ।

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । କାନାଡା ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପେଲିସାଡେସର ଆଉ ୧୦୦୦ ଏକର ଜମିକୁ ବ୍ୟାପିଯାଇଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି । ଖରାପ ପାଗ ଯୋଗୁଁ ନିଆଁ ଆହୁରି ବ୍ୟାପିପାରେ ବୋଲି ଜାତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି।

Leave a Reply

Your email address will not be published. Required fields are marked *